ଭୁବନେଶ୍ୱର: ଅନ୍ତଃରାଜ୍ୟ ବ୍ୟାଟେରୀ ଚୋରି ର୍ୟାକେଟର ପର୍ଦ୍ଦାଫାସ କରିଛି ରାଜଧାନୀରେ ପୋଲିସ । ରାଜଧାନୀ ଭୁବନେଶ୍ୱରରୁ ଗାଡି ବ୍ୟାଟେରୀ ଚାଲାଣ ବେଳେ କାବୁ କରିଛି ମଞ୍ଚେଶ୍ୱର ପୁଲିସ । ଚଢାଉ ବେଳେ ପୁଲିସକୁ ତିନଟି ଟ୍ରକ ଲୋଡ ହୋଇଥିବା ୧୫୦୦ରୁ ଅଧିକ ନୂଆ ପୁରୁଣା ବ୍ୟାଟେରୀ ଜବତ ହୋଇଛି ।
ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ମଞ୍ଚେଶ୍ୱର ପୋଲିସ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଅତର୍କିତ ଚଢ଼ାଉ କରିଥିଲା । ଚଢାଉ ବେଳେ ପୁଲିସ ତିନୋଟି ଟ୍ରକରେ ବୋଝେଇ ହୋଇଥିବା ୧୫୦୦ରୁ ଅଧିକ ବ୍ୟାଟେରୀ ଜବତ କରିଛି । ଏହି ସବୁ ବ୍ୟାଟେରୀ ଗଞ୍ଜାମରୁ କୋଲକାତା ଚାଲାଣ ହେଉଥିଲା । ଏହି ରାକେଟର ୬ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ପୁଲିସ ଏକ ମାମଲା ରୁଜୁ କରିବା ସହ ଅଧିକ ତଦନ୍ତ ଚଳାଇଛି ।