କୁହୁଡି ପାଇ ଗଛ ରେ ପିଟିଲା କାର: ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ

0

ଭୁବନେଶ୍ୱର: ରାଜଧାନୀ ରେ ମର୍ମନ୍ତୁଦ ଦୁର୍ଘଟଣା । ପୁରୀ ବାଇପାସରେ କୁହୁଡି ପାଇ ଗଛ ରେ ପିଟିଲା କାର । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନନ୍ତର କରାଯାଇଛି । ଗତ ରାତି ପ୍ରାୟ ସାଢେ ଗୋଟାଏ ସମୟରେ ପୁରୀ ବାଇପାସ ନିକଟରେ ଏହି ଦୁର୍ଘଟଣା ହୋଇଛି ।  ମୃତକ ହେଲେ କାର ଡ୍ରାଇଭର ସୁନୀଲ ସ୍ୱାଇଁ । ଏକ ବାହାଘର ଭୋଜି ରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।  ଘନ କୁହୁଡି ପାଇଁ ଦୃତଗାମୀ କାର ଟି ଗଛ ରେ ପିଟି ହୋଇଥିଲା । ଫଳରେ ଗାଡି ସମ୍ପୂର୍ଣ ନଷ୍ଟ ହୋଇଯାଇଥିବା ବେଳେ ଡ୍ରାଇଭର ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ଧଉଳି ଥାନା ଓ ଅଗ୍ନିଶମ ବିଭାଗ ପହଂଚି ଦୁର୍ଘଟଣା ଗସ୍ତ କାର ଉଦ୍ଧାର କରିବା ସହ ଆହତ ମାନଙ୍କୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।