ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଲା କାର୍
ଭାରସାମ୍ୟ ହରାଇ ଖସିପଡ଼ିଲା କାର୍। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ପୁନାମାଗେଟ୍ ରେଳ ଓଭର ବ୍ରିଜ୍ ନିକଟରେ ।
(ଭୁବନେଶ୍ୱର) : ଭାରସାମ୍ୟ ହରାଇ ଖସିପଡ଼ିଲା କାର୍। ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ପୁନାମାଗେଟ୍ ରେଳ ଓଭର ବ୍ରିଜ୍ ନିକଟରେ । ଦୁର୍ଘଟଣାରେ ଚାଳକଙ୍କ ସମେତ ଗାଡ଼ିରେ ଥିବା ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏପର୍ଯ୍ୟନ୍ତ ପରିଚୟ ସ୍ୱଷ୍ଟ ହୋଇନାହିଁ ।
ସୂଚନା ଅନୁସାରେ, ଆଜି ଭୋର ପ୍ରାୟ ୪ଟା ସମୟରେ କାର୍ଟି ଦ୍ରୁତ ଗତିରେ ଆସି ପୁନାମାଗେଟ୍ ରେଳ ଓଭର ବ୍ରିଜ୍ର ବାଡ଼ାରେ ମାଡ଼ ହୋଇଥିଲା। ପରେ ଭାରସାମ୍ୟ ହରାଇ କାର୍ଟି ବାଡ଼ା ଭାଙ୍ଗି ତଳକୁ ଖସି ପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିରେ ଥିବା ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରିଛି।