ଭୁବନେଶ୍ୱର: ଗାଡି ଚୋରିର ନୂଆ ଉପାୟ । ଗାଡ଼ି ମାଲିକଙ୍କଠାରୁ ଚୁକ୍ତିଭିତ୍ତିରେ ଗାଡି ଭଡା ନେଇ ବାହାର ରାଜ୍ୟରେ ହେଉଥିଲା ବିକ୍ରି । ହେଲେ ମାଡିବସିଲା ପୁଲିସ । ଅଭିଯୁକ୍ତ ମାନସ ବିଶ୍ୱାଳକୁ ଗିରଫ କରିବା ସହ ୧୦ ଗାଡି ଜବତ ହୋଇଛି । ମାନସର ଘର ବାଲେଶ୍ୱର ଜିଲ୍ଲା ସିମୁଳିଆ ଅଞ୍ଚଳରେ । ସେ ଭୁବନେଶ୍ୱରରେ ତାର କାରବାର ଚଳାଉଥିଲା ।
ମାନସ ଭୁବନେଶ୍ବରର ଏକ ବସ୍ତୀରେ ରହୁଥିଲେ ମଧ୍ୟ ଜଣେ ଧନୀକ ପରି ଜୀବନଯାପନ କରୁଥିଲା । କରୋନା କାଳରେ ଲକଡାଉନ ସମୟରେ ଗାଡି ମାଲିକଙ୍କୁ ଟାର୍ଗେଟ କରିଥିଲା । ଗାଡି କିସ୍ତି ସୁଝିବା ଚକରରେ ଗାଡି ମାଲିକ ମାନସ ଜାଲରେ ପଡିଯାଉଥିଲେ । ଗାଡ଼ି ମାଲକଙ୍କ ଗାଡ଼ିକୁ ସେଲଫ୍ ଡ୍ରାଇଭ୍ କରିବାକୁ କହି ଏଗ୍ରିମେଣ୍ଟ କରୁଥିଲେ ଓ ମାସକୁ ୨୫ ହଜାରୁ ୨୭ ହଜାର ଟଙ୍କା ଦେବାକୁ ଏଗ୍ରିମେଣ୍ଟ କରୁଥିଲା । କିନ୍ତୁ ଗାଡିକୁ ସବୁ ବାହାର ଜିଲ୍ଲାରେ ଶସ୍ତାରେ ବିକ୍ରି କରି ଦେଉଥିଲ।। । ନୟାପଲ୍ଲୀ ସ୍ଥିତ ଏକ ବିଲ୍ଡିଂରେ ମାନସ ଏକ ଅଫିସ କରିଥିଲା। ପୁଲିସ ମାନସକୁ ଗିରଫ କରିବା ସହ ଦାମୀ କାର ୧୦ଟି ଜବତ କରିଛି ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ।