ଟାଙ୍ଗୀ : 16 ନମ୍ବର ଜାତୀୟ ରାଜପଥ ବାଲୁଗାଁ ବାଇପାସରେ କାର, ଧକ୍କାରେ ବୃଦ୍ଧ ମୃତ। ବୃଦ୍ଧ ଜଣକ ରାସ୍ତା ଅତିକ୍ରମ କରୁଥିବା ବେଳେ ପିଟିଥିଲା କାର। କାରଟି ବ୍ରହ୍ମପୁରରୁ ପୁରୀ ଆସୁଥିଲା ବେଳେ ଘଟିଛି ଦୁର୍ଘଟଣା ।ବୃଦ୍ଧଙ୍କର ପରିଚୟ ଅସ୍ପଷ୍ଟ ରହିଛି । କାର ଚାଳକକୁ ଅଟକ ରଖିଲା ଟାଙ୍ଗୀ ପୋଲିସ।ପୁରୀରେ ଜଣେ ବ୍ୟବସାୟୀ ବ୍ରହ୍ମପୁରରୁ ନିଜ କାର ଚଳାଇ ପୁରୀ ଫେରୁଥିଲେ।
କାରଟି ଦ୍ରୁତ ଗତିରେ ଆସୁଥିବା ଯୋଗୁଁ ବାଲୁଗାଁ ବାଇପାସରେ ଜଣେ ବୃଦ୍ଧ ରାସ୍ତା ପାର ହେଉଥିବା ବେଳେ କାରଟି ବୃଦଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟ ଲୋକେ ଦୁର୍ଘଟଣା ଗ୍ରସ୍ତ କାରକୁ ଅଟକାଇ ସେହି ଗାଡ଼ିରେ ଗୁରୁତର ବୃଦଙ୍କୁ ଟାଙ୍ଗୀ ମେଡିକାଲକୁ ଆଣି ଭର୍ତି କରିଥିଲେ । ଏଠାରେ ପରୀକ୍ଷା ନିରୀକ୍ଷଣ ପରେ ବୃଦ୍ଧଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇଁ ଟାଙ୍ଗୀ ପୋକିସ ମୃତ ଦେହ ଜବତ କରିବା ସହ କାର କୁ ଜବତ କରିଛି। ଏହା ସହ ଚାଳକଙ୍କୁ ଅଟକ ରଖି ତଦନ୍ତ କରୁଛି ପୋଲିସ।