ଗୋପ / ଜୟନ୍ତ କୁମାର ସେଠୀ: ଭାରସ୍ୟାମ ହରାଇ ପୋଖରୀ ଭିତରକୁ ପଶିଗଲା କାର ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ। ଦୁଇଜଣ ଗୁରୁତର ହୋଇ ଗୋପ ମେଡିକାଲ ଚିକିତ୍ସା ହେଉଛନ୍ତି l
ସୂଚନା ଅନୁଯାଇ , ଗତକାଲି ବିଳମ୍ବିତ ରାତିରେ କୋଣାର୍କ ନିମାପଡ଼ା ରାସ୍ତାର ଜୁଣେଇ ସଂଖ ଠାରେ ଏକ କାର କୋଣାର୍କ ରୁ ନିମାପଡ଼ା ଅଭିମୁଖେ ଯାଉଥିବା ବେଳେ ଭାରସ୍ୟାମ ହରାଇ ପୋଖରୀ ଭିତରକୁ ଓଲଟି ପଡିଥିଲା। ସ୍ଥାନୀୟ ଲୋକେ ଚମ୍ପାହାର ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ ବିଭାଗ ଆସି ସେମାନଙ୍କୁ ଉଦ୍ଧାର କରି ଗୋପ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇଥିଲେ। ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ମୃତ ଯୁବକ ଦୁଇଜଣ ଦୁଇ ସାଙ୍ଗ କୋଣାର୍କ ବୁଲି ଆସି ନିମାପଡ଼ା ଅଭିମୁଖେ ଫେରୁଥିବା ବେଳେ ଦୃଘଟଣା ଘଟିବା ଜଣା ପଡିଛି। ମୃତ ଦୁଇ ଜଣଙ୍କ ମଧ୍ୟରୁ ଜଣେ କାର ଚାଳକ ଜଣଙ୍କ ନିମାପଡ଼ା ଗୁହାଳପଡଡା ଅଂଚଳର ସନ୍ଦୀପ ମହାପାତ୍ର ଓ ଅନ୍ୟ ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ଦାନ୍ତୁନି ଅଞ୍ଚଳ ର ସନାତନ ସେନାପତି। ଗୁରୁତର ଦୁଇଜଣ ମନୀଷ ସେନାପତି ଓ ବାଲିପାଟଣା ଅଞ୍ଚଳ ର ପୁପୁଲୁ ପରିଡା ଗୁରୁତ୍ୱର ଅବସ୍ଥାରେ ଗୋପ ମେଡିକାଲ ରେ ଚିକିତ୍ସା ହେଉଛନ୍ତି। ଦୃଘଟଣା କାର ଯାହାର ନମ୍ବର (KA 03 ND 4836 ) କାରଟି ପାଣିରେ ବୁଡ଼ି ରହିଥିବା ଜାଣିବା ପରେ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଗାଡ଼ି ଉଦ୍ଧାର କରି ତଦନ୍ତ ଚଳାଇଛନ୍ତି।