ଭୁବନେଶ୍ୱର: ଟାଟା ପ୍ରଡକ୍ଟ ତଥା ଭାରତର ପ୍ରମୁଖ ଓମନିଚ୍ୟାନେଲ ଗହଣା ରିଟେଲର କ୍ୟାରେଟଲେନ ପ୍ରକୃତିର ସ୍ୱର୍ଗୀୟ ସୌନ୍ଦର୍ଯ୍ୟ ଦ୍ୱାରା ଅନୁପ୍ରାଣିତ ଦୁଇଟି ଅନନ୍ୟ କଲେକ୍ସନ ‘ ସୋଲ ଏବଂ ଲୁନ’ କୁ ଆଣିଛି । ଆଞ୍ଚଳିକ ନବବର୍ଷ ଏବଂ ଅକ୍ଷୟ ତୃତୀୟା ଭଳି ପବିତ୍ର ଅବସରରେ ଉଭୟ କଲେକ୍ସନକୁ ଅଣାଯାଇଛି । ଏ କଲେକ୍ସନ ଦ୍ୱୟ ନିଜର ଜଟିଳ ଡିଜାଇନ ସହ ନୂତନ ଆରମ୍ଭର ମହତ୍ୱକୁ ଅତି ସୁନ୍ଦର ଭାବେ ପ୍ରତିପାଦନ କରୁଛି ।
ଏ ପରିପ୍ରେକ୍ଷୀରେ କ୍ୟାରେଟଲେନର ସିଇଓ ତଥା ଏମଡି ସୌମେନ ଭୌମିକ କୁହନ୍ତି , କ୍ୟାରେଟଲେନରେ ଆମେ ଆକର୍ଷଣୀୟ ଗହଣା ପ୍ରସ୍ତୁତି ନେଇ ପ୍ରତିବଦ୍ଧ । ‘ସୋଲ’ ହେଉଛି ନୂତନ ଆରମ୍ଭ ଏବଂ ଅସୀମିତ ସମ୍ଭାବନା ପ୍ରତି ଶ୍ରଦ୍ଧାଞ୍ଜଳୀ । ଏହି ସମ୍ଭାରଗୁଡିକ ଉଚ୍ଚ ଅଳଙ୍କାର କାରିଗରୀ ଏବଂ ପ୍ରତିଦିନର ସୁନ୍ଦରତା ପ୍ରତି ଆମର ଦୃଷ୍ଟି କୋଣରୁ ସମ୍ପୂୂର୍ଣ୍ଣ ଭାବେ ପ୍ରତିଫଳିତ କରେ , ଯାହାକୁ ସହଜରେ ସୁଲଭ ମୂଲ୍ୟରେ ପିନ୍ଧିବା ପାଇଁ ଡିଜାଇନ କରାଯାଇଛି ।
‘ସୋଲ୍ ଓ ଲୁନା’ର ଲଞ୍ଚ ଅବସରରେ କ୍ୟାରେଟଲେନ ଏହି ସମ୍ଭାରଗୁଡିକୁ ବୃହତ ସଂଖ୍ୟାରେ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଏକ ଉଚ୍ଚ ଦୃଶ୍ୟମାନ ଅଭିଯାନ ଆରମ୍ଭ କରିଛି । ଆଇପିଏଲର ସହ – ପ୍ରାୟୋଜନ ଭାବେ ଏହା ଷ୍ଟାର ସ୍ପୋର୍ଟସ ଏଚଡି ଏବଂ ଜିଓ ହଟଷ୍ଟାର ସହିତ ଲକ୍ଷ ଲକ୍ଷ ଦର୍ଶକଙ୍କ ଆଗରେ ନିଜର ଡିଜାଇନଗୁଡିକୁ ପ୍ରଦର୍ଶନ କରି ଏକ ଦୃଢ ଷ୍ଟେଟମେଣ୍ଟ ପ୍ରଦାନ କରୁଛି । ଏହି କଲେକ୍ସନରେ ଗହଣା ଗୁଡିକର ଦର ୨୦୦୦୦ଟଙ୍କାରୁ ଆରମ୍ଭ । ଗ୍ରାହକ ମଧ୍ୟ ଡିଜାଇନଗୁଡିକ ଅନଲାଇନ ଙ୍ଗଙ୍ଗଙ୍ଗ.ମବକ୍ସବଗ୍ଧକ୍ଷବଦ୍ଭର.ମକ୍ଟଜ୍ଞ ରେ ବ୍ରାଉଜ କରିପାରିବେ ।ଏକ ମାଗଣା ଟ୍ରାଏ -ଆଟ୍ –ହୋମ ଆପଏଣ୍ଟମେଣ୍ଟ ବୁକ କରିପାରିବେ କିମ୍ବା ନିକଟସ୍ଥ କ୍ୟାରେଟଲେନ ଷ୍ଟୋର ଯାଇ କଲେକ୍ସନଗୁଡିକୁ ଦେଖିପାରିବେ ।