(ରଜନୀକାନ୍ତ ପାତ୍ର / ହିଞିଳି) ; ଗତ କିଛି ଦିନ ହେଲା କରୋନାର ଦ୍ୱିତୀୟ ଲହରୀ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗଞ୍ଜାମ ଜିଲ୍ଲାର ବହୁ ପ୍ରବାସୀ ବାହାର ରାଜ୍ୟରେ କାର୍ୟ୍ୟ କରୁଥିବାରୁ କରୋନାର ଦ୍ୱିତୀୟ ଲହରୀ ଗଞ୍ଜାମ ଜିଲ୍ଲା ପାଇଁ ବାଧକ ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ୱତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତ କରି ବହୁ ସମୟରେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ ମିଶି ସ୍ଥାନୀୟ ପୌରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଙ୍ଚଳ ବୁଲି ଲୋକଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳିଛି । ଏହା ସତ୍ୱେ ମଧ୍ୟ ହିଞ୍ଜିଳିକାଟୁ ପୌରାଙ୍୍୍ଚଳ ସମେତ ନିକଟବର୍ତି ଅଙ୍ଚଳର ଜନ ସାଧାରଣ ଆଦୌ ସଚେତନ ହେଉନଥିବା ଦେଖିବାକୁ ମିଳୁଛି । କିନ୍ତୁ ଲୋକମାନଙ୍କ ବେପାରୁଆ ମନଭାବକୁ ଆଖି ଆଗରେ ରଖି ଶନିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ ଓ ପୁଲିସ ଫୋର୍ସ ହିଞ୍ଜିଳିକାଟୁ ପୈାରାଞ୍ଚଳର ବିଭିନ୍ନ ସ୍ଥାନରେ ମାସ୍କ ବ୍ୟବହାର ସହ ସମସ୍ତ କରୋନା କଟକଣାକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଜନସଚେତନତା ସୃଷ୍ଟି କରିଥିଲେ । କରୋନା କଟକଣାକୁ ଉଲଘଂନ କରୁଥିବା ଅମାନିଆଙ୍କ ବିରୋଧରେ ଆଗାମୀ ଦିନରେ ଆଇନାନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଆଇଆଇସି ଦାସ କହିଛନ୍ତି ।