ଆପଣ ଏହା ଭାବିଥାଇପାରନ୍ତି ଯେ, କୌଣସି ପ୍ରଦୂଷିତ ସଡ଼କରେ ନିଜ କାର୍ ଭିତରେ ବସିଛନ୍ତି ତ ସୁରକ୍ଷିତ ଅଛନ୍ତି । କିନ୍ତୁ ଏପରି ଧାରଣା ରଖିବା ଅନୁଚିତ୍ । ସଡ଼କ ଉପରେ ଗାଡ଼ି ମଟରରୁ ବାହାରୁଥିବା ଧୂଆଁ ଆପଣଙ୍କ ହୃତ୍ପିଣ୍ଡ ପାଇଁ କ୍ଷତିକାରକ । ଅନ୍ୟ ଗାଡ଼ିରୁ ବାହାରୁଥିବା ଧୂଆଁ ସହ ଆପଣଙ୍କ ବନ୍ଦ କାର୍ ଯୋଗୁ ପ୍ରଦୂଷଣ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଏ । ଏହା ବ୍ୟତୀତ କାର୍ରେ ବନ୍ଦ ରହି ଏସିରେ ବସି ରହିବା ମଧ୍ୟ ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ । ଆଜିକାଲି ସମସ୍ତେ ଏସି କାର୍ରେ ଯିବାଆସିବା କରିବାକୁ ପସନ୍ଦ କରୁଛନ୍ତି କିନ୍ତୁ ଦୀର୍ଘ ସମୟ ଧରି ଏସିରେ ବସିରହିବା ଯୋଗୁଁ ଲୋକଙ୍କ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାକୁ ଲାଗେ, ଯଦ୍ୱାରା ଶରୀର ଋତୁଗତ ଏବଂ ସାଧାରଣ ରୋଗ ସହ ଲଢ଼ିବାକୁ ସମର୍ଥ ହୁଏନାହିଁ ।
ସଂକ୍ରମଣ: କାର୍ର କବାଟ, ଷ୍ଟେରିଂ ହ୍ୱିଲ୍, ଡ୍ରାଇଭିଂ ସିଟ୍, ଡିଗ୍ଗୀ ଆଦିରେ ସାଧାରଣତଃ ଲୋକଙ୍କ ହାତ ବାରମ୍ବାର ଲାଗିଯାଏ । ଯେଉଁଥିପାଇଁ ଏସବୁ ସ୍ଥାନରେ ଧୂଳି ପ୍ରଦୂଷଣ କାରଣରୁ ଥଣ୍ଡା, କାଶ ବ୍ୟତୀତ ଅନ୍ୟାନ୍ୟ ସଂକ୍ରମଣରୁ ବ୍ୟାପୁଥିବା ଜୀବାଣୁ ଶରୀରକୁ ପହଞ୍ଚିଯାଏ । ଏବଂ ସଂକ୍ରମଣରୁ ବଞ୍ଚିବା ପାଇଁ ସପ୍ତାହରେ ଅତି କମ୍ରେ ୨-୩ ଥର କାର୍କୁ ସଫା କରନ୍ତୁ ।
ଚିନ୍ତା: ଆଜିର ସମୟରେ ଯୁବପିଢ଼ି ସବୁବେଳେ ଚିନ୍ତାଗ୍ରସ୍ତ ରହିବା ସହ ଅବସାଦର ଶିକାର ହେଉଛନ୍ତି, ଏହାର ଏକ କାରଣ ମଧ୍ୟ କାର୍ ହୋଇପାରେ । କାରଣ ଅଫିସ ରୋଗ ପରେ ଟ୍ରାଫିକ୍ ଜାମ୍ କାରଣରୁ ଲୋକମାନେ ଅଧିକାଂଶ ସମୟ କାର୍ କିମ୍ବା କ୍ୟାବ୍ରେ ବସିରହନ୍ତି, ଯାହାକି ଧିରେ ଧିରେ ଅବସାଦ ବଢ଼ାଇବାର ଲକ୍ଷଣ ଦେଖାଏ ।
କାର୍ ଭିତରେ ବି ହୁଏ ପ୍ରଦୂଷଣ: ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି ଯେ କାର୍ କ୍ୟାବିନ୍ରେ କିଛି ହାନିକାରକ ଉପାଦାନର ମାତ୍ରା ମାତ୍ରାଧିକ ସ୍ତରରେ ଥାଏ, ଯେତେ ପୂର୍ବରୁ ଅନୁମାନ କରାଯାଏ, ପ୍ରଭାବ ଦ୍ୱିଗୁଣ ହୋଇଯାଏ । ଏହି ଅଧ୍ୟୟନର ନିଷ୍କର୍ଷରେ କାର୍ ଭିତରେ ପ୍ରଦୂଷଣ ବିଷୟରେ ଜଣାଯାଏ, ଯଦ୍ୱାରା ଏହି କେମିକାଲ୍ର ମାତ୍ରା ଦ୍ୱିଗୁଣିତ ହେବା ସହ ଦୁଃଶ୍ଚିନ୍ତା ସୃଷ୍ଟି କରେ । ଫଳରେ ହୃଦ୍ରୋଗ, କ୍ୟାନସର୍ ଆଦି ସମସ୍ୟା ଉପୁଜିପାରେ ।