ଅଡୁଆରେ ଅଲ୍ଲୁ ଅର୍ଜୁନ ! ଥାନାରେ ଦାଏର ହେଲା ଏତଲା

0

ଦିଲ୍ଲୀ : ଅଲ୍ଲୁ ଅର୍ଜୁନଙ୍କ କଥା ଶୁଣିବା ମାତ୍ରକେ ଦର୍ଶକ ମନରେ ଉଲ୍ଲାସ ଦେଖିବାକୁ ମିଳେ । ସେ ଯେତିକି ହ୍ୟାଣ୍ଡସପ୍ ସେତିକି ତାଙ୍କ ଫିଲ୍ମ ବି ହିଟସ୍ ।  ସେ ତାଙ୍କ ଫ୍ୟାନ୍ସଙ୍କୁ ସବୁବେଳେ ଖୁସି କରାଇଥାନ୍ତି ଫିଲ୍ମ ମାଧ୍ୟମରେ । ଯେଉଁଥିପାଇଁ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ବିଜ୍ଞାପନ କରି ବିବାଦକୁ ଆସିଯାଇଛିନ୍ତି ଅଲ୍ଲୁ ଅର୍ଜୁନ । କାରଣ  ଏକ ବିଜ୍ଞାପନକୁ ନେଇ ତାଙ୍କ ନାଁରେ ଦାଏର ହୋଇଛି ମାମଲା । ଗଣମାଧ୍ୟମ ରିପୋର୍ଟ ଅନୂୁଯାୟୀ, ଏକ ଶିକ୍ଷାନୁଷ୍ଠାନକୁ ସମର୍ଥନ କରି ଅଲ୍ଲୁ ଅର୍ଜୁନ ସମାଲୋଚନାର ଶିକାର ହୋଇଛନ୍ତି । ଏହି ଶିକ୍ଷାନୁଷ୍ଠାନ ପାଇଁ ଏକ ବିଜ୍ଞାପନ କରି ଯାହା ବାସ୍ତବତା ନୁହେଁ ସେହି କଥାକୁ ଅଭିନେତା ପ୍ରଚାର କରୁଥିବା ଅଭିଯୋଗ କରିଛନ୍ତି ଉପେନ୍ଦ୍ର ରେଡ୍ଡି ନାମକ ସାମାଜିକ କର୍ମୀ । ଅଲ୍ଲୁଙ୍କୁ ବ୍ୟବହାର କରି ଏହି ଶିକ୍ଷାନୁଷ୍ଠାନ ଯେଉଁ ବିଜ୍ଞାପନ କରୁଛି ତାହା ମିଥ୍ୟା ବୋଲି ଅଭିଯୋଗ ହୋଇଛି । ଏହି ବିଜ୍ଞାପନ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଦାବି କରାଯାଇଛି । ଫିଲ୍ମ ‘ପୁଷ୍ପା ରାଜ୍’ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍ ପପୁଲାର ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଲ୍ଲୁଙ୍କ ଅଭିନୟ ଓ ଦମଦାର ଡାନ୍ସ ସାଙ୍ଗକୁ ଡାଏଲଗ୍ ସମସ୍ତଙ୍କୁ ଚକିତ କରିଥିଲା । ହେଲେ ଏବେ ଏହି ସୁପରଷ୍ଟାର ସମସ୍ୟା ଭିତରେ । ।