ଜେଲ୍ ରୁ ମୁକୁଳି ପାରିବେ ତ ଭବ ? ଯୋଡି ହେଲା ଆଉ ଏକ ମାମଲା..

0

ଭବ ପ୍ରସାଦ ଦାସଙ୍କ ନାଁରେ ଯୋଡି ହେଲା ଆଉ ଏକ ମାମଲା । ତାଙ୍କ ବିରୁଦ୍ଧରେ ଆଉ ଏକ ଜାତିଆଣ ମାମଲା । ଏଥିସହିତ ମାମଲା ସଙ୍ଖ୍ୟା ୫ କୁ ବଢିଲା । ଗତ କାଲି ତାଙ୍କୁ ଏକ କେସରେ ଜାମିନ ମିଳିଥିଲା । ଏବେ ସେ ଜେଲ୍ ରେ ଥିବା ବେଳେ ତାଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ ବିଫଳ ହେଉଛି । ସେପଟେ କୁହାଯାଉଛି ଧିରେ ଧିରେ ଗୋଟିଏ ପରେ ଗୋଟିଏ ମାମଲା ରୁଜୁ ହେଉଥିବାରୁ ବବିଙ୍କ ବାହାସ୍ଫୋଟ ଏବେ ତାଙ୍କ ପାଇଁ କାଳ ହେବାକୁ ଯାଉଛି ବୋଲି ଚର୍ଚ୍ଚା ହେଲାଣି । ଧର୍ମଶାଳା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣର ଅଭିଯୋଗ ପରେ ନିଜେ ଭବ ଥାନାକୁ ଯାଇ , ଯଦି ଦୋଷ କରିଛି ତେବେ ଗିରଫ କରିବାକୁ କହିଥିଲେ ଭବଙ୍କ ସହ ବବି ଦାସ । ଏହାପରେ କିଛି ମାମଲା ଆଧାରରେ ତାଙ୍କୁ ଗିରଫ କରିଥିଲା ପୋଲିସ । ଏବେ କିନ୍ତୁ ଆଉ ଏକ ମାମଲା ଯୋଡି ହୋଇଥିବାରୁ ତାଙ୍କୁ ଜାମିନ ମିଳିଥିଲେ ସୁଦ୍ଧା ସେ ଜେଲରୁ ମୁକୁଳିବା ପାଇଁ ଏବେ ବାଧକ ସାଜିଛି ନୂଅ ଅଭିଯୋଗ ।