ଯାତ୍ରୀ ନେବା ପାଇଁ ମିନି ବସକୁ ନଥିଲା ଅନୁମତି , ଯେଉଁ ରୁଟରେ ଗାଡି ଗଡୁଥିଲା ତାହା ଥିଲା ସମ୍ପୂର୍ଣ୍ଣ ବେଆଇନ

0

ଗଞ୍ଜାମ:ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ ୧୨ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା ହୋଇଥିବା ମିନି ବସର ନଥିଲା ପରମିଟ ।୨୫ ବର୍ଷ ତଳର ପୁରୁଣା ଗାଡି ଗାଇଡଲାଇନ ଉଲ୍ଲଂଘନ କରି ବସ ଚଲାଉଥିଲା । ଯାତ୍ରୀ ନେବା ପାଇଁ ମିନି ବସକୁ ଅନୁମତି ନଥିଲା। ଯେଉଁ ରୁଟରେ ଗାଡି ଗଡୁଥିଲା ତାହା ଥିଲା ସମ୍ପୂର୍ଣ୍ଣ ବେଆଇନ । ପୁରୁଣା ଗାଡ଼ି ଯୋଗୁଁ ବସର ଆକ୍ସିଲ ଭାଙ୍ଗି ଯାଇଥିଲା।

ବସ ମାଲିକଙ୍କ ଖାମ ଖିଆଲି ମନୋଭାବ ଯୋଗୁ ଅନେକ ଲୋକଙ୍କ ଜୀବନ ଯାଇଛି। ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି। ବିନା ପରମିଟରେ ଚାଲୁଥିବା ଗାଡ଼ି ଉପରେ ନଜର ରଖିବା ସହ ଖୁବଶୀଘ୍ର ଆସିପାରେ ଗାଇଡଲାଇନ ।