ପରିବାରୁ ବି ହୋଇପାରେ ଖିରି: “ଫୁଲକୋବି ଖିରି’

0

ବ୍ୟୁରୋ : ପରିବାରୁ ବି ହୋଇପାରେ ଖିରି । ଫୁଲକୋବି ସହାଯ୍ୟରେ ଆପଣ ଏହି ସୁସ୍ଵାଦିଷ୍ଟ ମିଠା ଖାଦ୍ୟଟି ପ୍ରସ୍ତୁତ କରିପାରିବେ । ତେବେ ଏହି ଖାଦ୍ୟଟି କେମିତି ପ୍ରସ୍ତୁତ କରାଯିବ ଜାଣନ୍ତୁ ।

ଆବଶ୍ୟକ ସାମଗ୍ରୀ: କ୍ଷୀର, କାଜୁ, ପିସ୍ତା, କିସ୍ମିସ୍, ଫୁଲକୋବି, ଚିନି, ମିଲ୍କମେଡ୍ ଲୁଣ ଓ ଘିଅ ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଫୁଲକୋବିକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଏବେ କଡେଇରେ ଘିଅ ଗରମ କରି କଟା କୋବିରେ ଲୁଣ ପକାଇ ଭାଜି ଦିଅନ୍ତୁ । ଏହାପରେ କଡେଇରେ କ୍ଷୀରକୁ ଫୁଟାଇ ସେଥିରେ ଚିନି ପକାନ୍ତୁ । କ୍ଷୀର ଭଲ ଭାବେ ଫୁଟିଯିବା ପରେ ସେଥିରେ ଫୁଲକୋବି ଭଜା ପକାନ୍ତୁ । ଏହାପରେ ଏଥିରେ ମିଲ୍କମେଡ୍, କାଜୁ, ପିସ୍ତା, କିସମିସ୍ ପକାଇ ୫ ରୁ ୧୦ ମିନିଟ୍ ଫୁଟାନ୍ତୁ । ଏହାପରେ ପ୍ରସ୍ତୁତ ହୋଇଯିବ “ଫୁଲକୋବି ଖିରି’ ।