(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଦିଲ୍ଲୀ ହାଇକୋର୍ଟ ରାକେଶ ଆସ୍ଥାନାଙ୍କ ବିରୋଧରେ ଚାଲିଥିବା ଯାଞ୍ଚ ପୂରା କରିବାକୁ ସିବିଆଇକୁ ୪ ମାସ ଅତିରିକ୍ତ ସମୟ ଦେଇଛି । ଏହା ପୂର୍ବରୁ ୧୧ ଜାନୁଆରୀରେ ହାଇକୋର୍ଟ ସିବିଆଇକୁ ୧୦ ସପ୍ତାହର ସମୟ ଦେଇଥିଲା । ସମୟ ସୀମା ଅତିବାହିତ ହୋଇଥିବା ବେଳେ ସିବିଆଇ ଏକ ଯାଚିକା ଦାୟର କରି ଆଉ ଅଧିକ ସମୟ ମାଗିଥିଳା ।
ମାଂସ କାରୋବାରୀ ସତୀଶ ସନାଙ୍କ ଠାରୁ ଦୁଇ କୋଟି ଟଙ୍କା ଲାଞ୍ଚ ମାମଲାରେ ୧୫ ଅକ୍ଟୋବରକୁ ସିବଆଇ ତକ୍ରାଳୀନ ବିଶେଷ ନିର୍ଦ୍ଦେଶକ ରାକେଶ ଆସ୍ଥାନା ଓ ସିଏସପି ଦେବେନ୍ଦ୍ର କୁମାରଙ୍କ ବିରୋଧରେ ମାମଲା ଦର୍ଜ କରିଥିଲା । ଏହା ପରେ ଏହି ମାମଲା ହାଇକୋର୍ଟ ଯାଇଥିଲା । ଏଫଆଇଆର ରଦ୍ଦ କରିବାକୁ ଆସ୍ଥାନା ଓ ଦେବେନ୍ଦ୍ରଙ୍କ ଦାବିକୁ କୋର୍ଟ ଖାରିଜ କରି ସିବିଆଇକୁ ୧୦ ସପ୍ତାହ ମଧ୍ୟରେ ଯାଞ୍ଚ ରିପୋର୍ଟ ଦେବାକୁ ଆଦେଶ ଦେଇଥିଲେ । କିନ୍ତୁ ଏହି ସମୟ ୨୪ ମାର୍ଚ୍ଚକୁ ଶେଷ ହୋଇଥିଲା । ଏହାପରେ ସିବିଆଇ କୋର୍ଟଙ୍କୁ ଅତିରିକ୍ତ ସର୍ମ ମାଗିଥିଲା ।