ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ହେବ ସିବିଆଇ ତଦନ୍ତ

0

କଟକ:ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ହେବ ସିବିଆଇ ତଦନ୍ତ । ସିବିଆଇ ତଦନ୍ତ ଲାଗି ନିର୍ଦ୍ଦେଶ ଦେଲେ ଓଡିଶା ହାଇକୋର୍ଟ। ୪ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୨ ଜେଇଇ ପରୀକ୍ଷାରେ ଅଂଶୁମାନ କାନୁନଗୋଙ୍କ ମାର୍କସିଟକୁ ନକଲି କହି ରାଉରକେଲା ଏଦଆଇଟି ଆଡମିଶନ ଖାରଜ କରିଥିଲା । ଓଡିଆ ଛାତ୍ର ଅଂଶୁମାନ କାନୁନଗୋଙ୍କ ପକ୍ଷରୁ ଏନେଇ ଏକ ମାମଲା ଦାଖଲ କରାଯାଇଥିଲା । ମାର୍କସିଟ ଓ ରାଙ୍କ ପ୍ରଦାନରେ ବ୍ୟାପକ ଘୋଟଲା ହୋଇଥିବା ଅଂଶୁମାନ ଅଭିଯୋଗ କରିଥିଲେ। ଏବେ ଆବେଦନର ଶୁଣାଣି କରି ରାୟ ଶୁଣାଇଛନ୍ତି ହାଇକୋର୍ଟ ।