ସୁନ୍ଦରଗଡ଼ ଜିଲ୍ଲା ଟେନସାରେ ସିବିଆଇ କରିଛି ରେଡ । ସେଲ ଖଣିର ଦୁଇ ବରିଷ୍ଠ ଅଧିକାରୀଙ୍କ ଘରେ ସିବିଆଇର ୧୫ ଜଣିଆ ଟିମ ରେଡ କରିଥିବା ମିଳିଛି ସୂଚନା । ସେଲ ଅଧୀନରେ ଥିବା ବରସୁଆଁ ଲୌହ ଖଣିର ଦୁଇ ଅଧିକାରୀଙ୍କ ଘରେ ସିବିଆଇ ରେଡ । ଉଚ୍ଚ ମାନର ଲୁହା ପଥରକୁ ନିମ୍ନ ମାନର ଦର୍ଶାଇ ଶହ ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗରେ ସିବିଆଇର ରେଡ । ଗତ ୪ ସେପ୍ଟେମ୍ବର ୨୦୨୪ ରେ ୧୪ ଦିନ ଧରି ସେଲ କାର୍ୟ୍ୟାଳୟରେ ରେଡ କରିଥିଲା ସିବିଆଇ । ୪ ମାସ ପରେ ଟେନସା ରେ ଥିବା ଦୁଇ ଅଧିକାରୀଙ୍କ ଘରେ ସିବିଆଇ କରିଛି ରେଡ ।