ଭୁବନେଶ୍ୱର: ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ । ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ଆଜି ସକାଳୁ ସକାଳୁ ସିବିଆଇ ରେଡ୍ ହୋଇଥିବା କୁହାଯାଉଛି । ସିବିଆଇର ୮ ଜଣିଆ ଟିମ ବିଷ୍ଣୁପଦଙ୍କ ଭୁବନେଶ୍ୱରରେ ଥିବା ସରକାରୀ କ୍ୱାର୍ଟର୍ସରେ ରେଡ କରିଛନ୍ତି । ସକାଳ ୮ଟାରୁ ଦିଲ୍ଲୀର ସିବିଆଇ ଟିମ ବିଷ୍ଣୁପଦ ସେଠୀଙ୍କ ବାସଭବନରେ ରେଡ୍ ଜାରି ରଖିଛନ୍ତି । ବିଷ୍ଣୁପଦ ରେଡକୁ ନେଇ ପ୍ରତିକ୍ରିୟାରେ କହିଛନ୍ତି ଯେ , ମୋ ଘରେ ଜୋରଜବରଦସ୍ତ ରେଡ ଚାଲିଛି । ଏହା ଏକ ଷଡଯନ୍ତ୍ର ଭଳି ଲାଗୁଛି । ବ୍ରିଜ ଆଣ୍ଡ ରୁଫ କମ୍ପାନୀ ସହିତ ମୋର କୌଣସି ସମ୍ପର୍କ ନାହଁ । ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ମୋର କିଛି ଦୋଷ ନାହିଁ ।