(ରିପୋର୍ଟସ ଟୁଡ଼େ/ମୁମ୍ବାଇ): ଋଣରେ ଅନିୟମିତତା ମାମଲା ସହିତ ଜଡ଼ିତ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ ଚନ୍ଦା କୋଚ୍ଚର, ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ଭିଡିଓକନ୍ ମୁଖ୍ୟ ଭେନୁଗୋପାଲ ଧୂତ୍ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହାସହ ମୁମ୍ବାଇ ଓ ମହାରାଷ୍ଟ୍ରର ଭିନ୍ନ ଭିନ୍ନ ଚାରିଟି ସ୍ଥାନରେ ଚଢ଼ାଉ କରିଛି ସିବିଆଇ। ମୁମ୍ବାଇର ନରିମନ୍ ପଏଣ୍ଟ ସ୍ଥିତ ଭିଡିଓକନ୍ ଅଫିସରେ ବି ରେଡ୍ ହୋଇଛି।
ଚନ୍ଦା କୋଚ୍ଚର ଏହି ମାମଲାରେ ହିଁ ଗତ ଅକ୍ଟୋବର ମାସରେ ଉଭୟ ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ପଦବୀ ଛାଡ଼ିଥିଲେ। ୨୦୧୨ ମସିହାରେ ଭିଡିଓକନ୍ ଗ୍ରୁପ୍କୁ ୩,୨୫୦ କୋଟି ଟଙ୍କାର ଋଣ ଦିଆଯିବାରେ ଅନିୟମିତତା ହୋଇଥିବା ଚର୍ଚ୍ଚା ହୋଇଥିଲା। ଏହି ଡିଲ୍ରୁ ତାଙ୍କ ସ୍ୱାମୀ ଦୀପକ ଏବଂ ପରିବାର ଲୋକେ ବେଶ୍ ଲାଭବାନ ହୋଇଥିଲେ।
ଭିଡିଓକନ ଗ୍ରୁପ୍କୁ ଋଣ ମଞ୍ଜୁର ହେବାର କିଛି ମାସ ପରେ ଗ୍ରୁପ୍ ମୁଖ୍ୟ ଭେନୁଗୋପାଲ ଚନ୍ଦାଙ୍କ ସ୍ୱାମୀ ଦୀପକ ପ୍ରତିଷ୍ଠା କରିଥିବା କମ୍ପାନୀ ନୂପାୱାରରେ କୋଟି କୋଟି ଟଙ୍କା ନିବେଶ କରିଥିଲେ।