ନୂଆଦିଲ୍ଲୀ: ସିବିଏସଇ ୧୦ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ଆସନ୍ତା ୧୫ ଜୁଲାଇରୁ ଆରମ୍ଭ ହେବ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ୧୦ ମ ଏବଂ ୧୨ଶ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ନୋଟିଫିକେସନ ଜାରି କରିଛି । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଯେଉଁମାନେ ଅନଲାଇନ ଆପ୍ଲାଏ କରିଥିଲେ, ସେମାନେ ହିଁ ପରୀକ୍ଷା ଦେଇପାରିବେ ଏହି ପରୀକ୍ଷା ଦେବାକୁ ଥିବା ପିଲାଙ୍କ ସହିତ ଯୋଗାଯୋଗ କରି ସୂଚନା ଦେବା ଦାୟିତ୍ୱ ସ୍କୁଲର ବୋଲି ବୋର୍ଡ କହିଛି । ତେବେ ପ୍ରାଇଭେଟ ଛାତ୍ରଛାତ୍ରୀ ସିବିଏସଇର ଅଫିସିଆଲ ୱେବସାଇଟ cbse.gov.inKକୁ ଯାଇ ପରୀକ୍ଷା ପାଇଁ ଆବେଦନ କରିପାରିବେ । ଅନଲାଇନ ରେଜିଷ୍ଟ୍ରେସନ ୩୧ ମଇରୁ ୧୫ ଜୁନ ୨୦୨୪ ପର୍ଯ୍ୟନ୍ତ ଚାଲିବ । ସିବିଏସଇ ଦ୍ୱାରା ଜାରି ହୋଇଥିବା ସୂଚୀ ଅନୁଯାୟୀ , ୧୨ଶ ପରୀକ୍ଷାର୍ଥୀ ସମସ୍ତ ବିଷୟରେ ପରୀକ୍ଷା ଗୋଟଇଏ ଦିନରେ ଅର୍ଥାତ ୧୫ ଜୁଲାଇରେ ଦେବେ । ସେହିପରି ୧୦ମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ୧୫ ଜୁଲାଇରୁ ଆରମ୍ଭ ହେବ ।
ଅଫିସିଆଲ ସୂଚନା ଅନୁସାରେ , ଏଲଓସି ଜମା କରିବା ପାଇଁ ସିବିଏସଇ ୱେବସାଇଟରେ ଉପଲବ୍ଧ ପରୀକ୍ଷା ସଙ୍ଗମ ଲିଙ୍କ ମାଧ୍ୟମରେ କରିବେ । କେବଳ ରେଗୁଲାର ଛାତ୍ର ଯେଉଁମାନଙ୍କ ନାମ ଅନଲାଇନ ପ୍ରକ୍ରିୟାରେ ଜମା ହୋଇଛି, ସେମାନଙ୍କୁ ପରୀକ୍ଷାରେ ବସିବାର ଅନୁମତି ଦିଆଯିବ ।