ଆଜି ଠାରୁ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି ଠାରୁ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ଦେଶର ୧୮ଲକ୍ଷ ୮୯ହଜାର ୮୭୮ ଜଣ ପରୀକ୍ଷା ଦେଉଛନ୍ତି। ଓଡ଼ିଶାରୁ ମୋଟ ୩୭ ହଜାର ୫୩୦ ଜଣ ଛାତ୍ରଛାତ୍ରୀ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ଭୁବନେଶ୍ୱର ରିଜନ୍ରେ ଅଛନ୍ତି ୧ ଲକ୍ଷ ୨୧୭ଜଣ ପରୀକ୍ଷାର୍ଥୀ। ଏଥିପାଇଁ ଭୁବନେଶ୍ୱରରେ ମୋଟ ୧୩ଟି ସେଣ୍ଟର କରାଯାଇଛି। ପରୀକ୍ଷା ଦେଉଛନ୍ତି ୧୩ ହଜାର ଛାତ୍ରଛାତ୍ରୀ । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ସକାଳ ୧୦ଟା ୩୦ରୁ ପରୀକ୍ଷା ଆରମ୍ଭ ହୋଇଥିଲା । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଇଂରାଜୀ ବିଷୟରେ ପରୀକ୍ଷା ଦେଇଛନ୍ତି ।