ସିବିଏସଇ ଅଫିସରେ ତାଲା ପକାଇଲେ ଅଭିଭାବକ

0

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ସିବିଏସଇ ପରୀକ୍ଷାରେ ହୋଇଥିବା ଅବ୍ୟବସ୍ଥାକୁ ନେଇ ଅଭିଭାବକ ମହାସଂଘ ପକ୍ଷରୁ ସିବିଏସଇ ଅଫିସରେ ତାଲା ପକାଯାଇଛି ।
ସୂଚନାନୁସାରେ, ୧୦ମ ଶ୍ରେଣୀ ପରୀକ୍ଷାରେ କିଛି ପ୍ରଶ୍ନ ସିଲାବସ ବାହାରୁ ଆସିଥିବା ଅଭିଯୋଗ ହୋଇଥିଲା । ପରୀକ୍ଷାର ହିନ୍ଦୀ, ଗଣିତ, ବିଜ୍ଞାନ ବିଷୟର କିଛି ପ୍ରଶ୍ନପତ୍ର ପାଠ୍ୟକ୍ରମ ସହ ଜଡିତ ନଥିଲା । ଏହାକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏପରିକି ଗ୍ରେସ ମାର୍କ ଦେବାକୁ ମଧ୍ୟ ଦାବି କରିଥିଲେ । କିନ୍ତୁ କତୃପକ୍ଷ ଏନେଇ କିଛି କାର୍ୟ୍ୟାନୁଷ୍ଠାନ ନେଇନଥିଲେ । ଫଳରେ ଆଜି ଅଭିଭାବକ ମହାସଂଘ ଅଫିସରେ ତାଲା ପକାଇବା ସହ ଘରୋଇ ବିଦ୍ୟାଳୟରେ ଏନସିଇଆରଟି ପୁସ୍ତକକୁ କଡାକଡି ଲାଗୁ କରିବା ପାଇଁ ଦାବି କରିଛନ୍ତି ।