(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ସ୍ଥଳସେନା, ନୌସେନା ଓ ବାୟୁସେନା ମଧ୍ୟରେ ତାଳମେଳ ରଖିବାକୁ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବା ଉଊଝର ନାମ ଆଜି ଘୋଷଣା ହୋଇଛି । ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ହେଲେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ) । କେନ୍ଦ୍ର କ୍ୟାବିନେଟ ବୈଠକରେ ମିଳିଲା ମଞ୍ଜୁରୀ । ଗତ ଗଣତନ୍ତ୍ର ଦିବସରେ ସିଡିଏସ ପଦବୀ ନେଇ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଜମ୍ମୁ-କାଶ୍ମୀରର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଆଜି ଗୁରୁତ୍ୱପୂର୍ଣ୍ଣ ଉଚ୍ଚସ୍ତରୀୟ ବୈଠକ ଦିଲ୍ଲୀରେ ଆୟୋଜିତ ହୋଇଥିଲା । ଗୃହମନ୍ତ୍ରାଳୟ ଦ୍ୱାରା ଆୟୋଜିତ ହୋଇଥିବା ଏହି ଉଚ୍ଚସ୍ତରୀୟ ବୈଠକରେ ଜମ୍ମୁ କାଶ୍ମୀରର ରାଜ୍ୟପାଳ ଜି.ସି ମୁର୍ମୁ, ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଓ ସିଆରପିଏଫ ଡିଜି ରାଜୀବ ରାୟ ଭଟ୍ଟନାଗର ମଧ୍ୟ ବୈଠକରେ ଯୋଗ ଦେଇଥିଲେ। ଏହା ଛଡା ଭାରତ ସରକାରଙ୍କ ରାଷ୍ଟ୍ରୀୟ ସୁରକ୍ଷା ପରମର୍ଶଦାତା ଅଜିତ ଡୋଭାଲ ମଧ୍ୟ ବୈଠକରେ ଯୋଗଦେଇଥିଲେ।
ସିଡିଏସ ପଦବୀର ଘୋଷଣା ପୂର୍ବରୁ ଗୃହମନ୍ତ୍ରାଳୟର ଏଭଳି ଉଚ୍ଚସ୍ତରୀୟ ବୈଠକକୁ ସମସ୍ତ ଦିଗରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଥିଲା।