(ରିପୋଟର୍ସ ଟୁଡେ, ନୁଆଦିଲ୍ଲୀ): ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଜମ୍ମୁ-କାଶ୍ମୀରରେ ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଲାଗି ରହୁଛି । ପାକିସ୍ତାନ ବାରମ୍ବାର ଏଠାରେ ଅସ୍ତ୍ରବିରତି ଉଲଙ୍ଘନ କରୁଛି । ରବିବାର ରାତିରେ ପୁଣିଥରେ ପାକିସ୍ତାନ ଅସ୍ତ୍ରବିରତି ଉଲଙ୍ଘନ କରିଛି । ପୁଂଛ ଜିଲ୍ଲାର ମେଣ୍ଡାର ସେକ୍ଟର ଏବଂ ବାଲାକୋଟ ସେକ୍ଟରରେ ସାରାରାତି ପାକିସ୍ତାନ ପୋଷ୍ଟଗୁଡିକରୁ ଭାରତୀୟ ପୋଷ୍ଟ ଗୁଡିକୁ ଲକ୍ଷ୍ୟ କରି ମୋର୍ଟାର ମାଡ କରାଯାଇଛି । ଭାରତୀୟ ସେନା ପକ୍ଷରୁ ଏହାର ଜବାବରେ ପାଲଟା ଗୁଳିମାଡ କରାଯାଇଛି । ପାକିସ୍ତାନର ଅସ୍ତ୍ରବିରତିକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।