ମତଦାନକୁ ନେଇ ବିଶ୍ବରେ ରେକର୍ଡ କଲା ଭାରତ, ୨୦୧୯ ଅପେକ୍ଷା ଅଧିକ ମହିଳା ଭୋଟର

0

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳର ଗୋଟିଏ ଦିନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ସୋମବାର (ଜୁନ୍ ୩) ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମୟରେ ସେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ସମେତ ଅନେକ ପ୍ରସଙ୍ଗ ବିଷୟରେ କହିଛନ୍ତି । ୨୦୨୪ ମତଦାନକୁ ନେଇ ସିଇସି ରାଜୀବ କୁମାର କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ସେ କହିଛନ୍ତି, ଚଳିତଥର ଭାରତରେ ୬୪.୨କୋଟି ଲୋକ ଭୋଟ୍ ଦେଇଛନ୍ତି। ଆଜି ପର୍ଯ୍ୟନ୍ତ ଏତେ ପରିମାଣରେ ଭୋଟିଂ ବିଶ୍ବର କୌଣସି ସ୍ଥାନରେ ଘଟିନାହିଁ ।

ଆମେ ୬୪.୨ କୋଟି ଭୋଟରଙ୍କ ମତଦାନକୁ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛୁ। ଏହି ସଂଖ୍ୟା ସମସ୍ତ ଜି୭ ଦେଶର ଭୋଟରଙ୍କ ତୁଳନାରେ ୧.୫ ଗୁଣ ଏବଂ ୟୁରୋପୀୟ ସଂଘର ୨୭ଟିଦେଶର ଭୋଟରଙ୍କ ତୁଳନାରେ ୨.୫ ଗୁଣ ଅଧିକ ରହିଛି। ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ନିର୍ବାଚନରେ ସର୍ବାଧିକ ମହିଳା ଭୋଟର ନିଜର ମତସାବ୍ୟସ୍ତ କରିଛନ୍ତି । ଏଥର ୩୧ କୋଟି ମହିଳା ଭୋଟ୍ ଦେଇଛନ୍ତି, ଯାହା କି ପ୍ରଥମ ଥର ପାଇଁ ରେକର୍ଡ ସୃଷ୍ଟି କରିଛି । ଏଥିସହିତ ଏହି ଐତିହାସିକ ରେକର୍ଡ କରିବା ପାଇଁ ନିର୍ବାଚନ କର୍ମକର୍ତ୍ତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ନିର୍ବାଚନ କର୍ମକର୍ତ୍ତାଙ୍କ ସାବଧାନତାପୂର୍ଣ୍ଣ କାର୍ଯ୍ୟ ଓ ନିର୍ବାଚନ ପୂର୍ବରୁ ଭୋଟ ପ୍ରତି ଲୋକଙ୍କୁ କ୍ରମାଗତ ଜଗ୍ରାତ କରିବାର ଅଭିଯାନ ହେତୁ ଭାରତ ମତଦାନରେ ଏହି ଐତିହାସିକ ରେକର୍ଡ ସୃଷ୍ଟି କରିଛି। ଯାହାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି।’