ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳନ

0

ସୂର୍ଯ୍ୟକାନ୍ତ ବେହେରା(ମାଲକାନଗିରି): ଆଜି ଡି.ଆର.ଡି.ଏ ସମ୍ମିଳନୀ କକ୍ଷରେ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମାଜ ମଙ୍ଗଳ କାର୍ୟ୍ୟାଳୟ ତରଫରୁ ଡିଆରଡିଏ ସମ୍ମିଳନୀ କକ୍ଷରେ ଏକ ଜିଲ୍ଲା ଭିତ୍ତିକ ବୈଠକ ହୋଇଥିଲା । ଏ.ଡି.ଏମ ବିରସେନ ପ୍ରଧାନଙ୍କ ନେତୃତ୍ୱରେ ଏହି ବୈଠକ ଆୟୋଜନ କରାଯାଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।
ସମସ୍ତ ୧୦ ରୁ ୧୯ ବୟସର କିଶୋରୀଙ୍କୁ ନେଇ ଅଙ୍ଗନବାଡି କେନ୍ଦ୍ରରେ ପ୍ରତ୍ୟେକ ଶନିବାର ଦିନ ବୈଠକ ବସୁଛି ଏବଂ ସେମାନଙ୍କ ମଧ୍ୟରୁ ଜଣେ ସଖି ଓ ସହେଲି ବଛାଯିବା ସହ ବିଭିନ୍ନ ପ୍ରକାରର ଶିକ୍ଷା ମଧ୍ୟ ଦିଆଯାଉଛି । ଆଜିର ବୈଠକରେ ୭ ପ୍ରକଳ୍ପରୁ ସଖି ଓ ସହେଲି ଯୋଗଦାନ କରି ତାଙ୍କର ଅନୁଭୂତି ରଖିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି କିଶୋରୀ ମାନଙ୍କ ଉନ୍ନତି ଉପରେ ମତ ପ୍ରକାଶ କରିଥିଲେ । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୌଦାମିନୀ ପ୍ରଧାନ, ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ଲକ୍ଷ ଏବଂ ADVIKA ପ୍ରୋଗ୍ରାମକୁ କିଭଳି ଉନ୍ନତ ହୋଇପାରିବ ବୁଝାଇଥିଲେ । ଅନ୍ୟାନ୍ୟ ବିଭାଗର ଅଧିକାରୀ କିଶୋରୀ ମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତା ବିକାଶ, ବାଲ୍ୟ ବିବାହ ଉପରେ ଆଲୋଚନା କରିଥିଲେ । ଆଜିର ବୈଠକରେ ସମସ୍ତ ବ୍ଲକର ସିଡିପିଓ, ଆଇସିଡିଏସ ସୁପରଭାଇଜର ଏବଂ ୭୦ ଜଣ କିଶୋରୀ ଭାଗ ନେଇଥିଲେ ।