ଯେତେବେଳେ ଘରେଘରେ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇଲା, ଡାକ୍ତରଖାନାର ସଂଖ୍ୟା ବି ସେହି ଅନୁପାତରେ ବୃଦ୍ଧି ପାଇଲା । ରୋଗର ପ୍ରାଦୁର୍ଭାବ ତ କମିଲାନି ବରଂ ସମାଜରେ ବଢି ଚାଲିଲା। ଜର୍ମାନୀର ହାନିମ୍ୟାନ ନିଜେ ଜଣେ ବହୁତ ଖ୍ୟାତନାମା ଏମ୍ ଡି ଥିଲେ। ସେ ଏହା ଦେଖି ବିବ୍ରତ ହୋଇ ପଡିଲେ। କଣ କଲେ ରୋଗ ସବୁ ଭଲ ହବ ଏବଂ ବାରମ୍ବାର ଲେଉଟିବନି । ତାପରେ ତାଙ୍କର ନିରବଛିନ୍ନ ଉଦ୍ୟମ ଯୋଗୁଁ ହୋମିଓପାଥିର ଜନ୍ମ ହେଲା।
ଏପ୍ରିଲ ୧୦,୧୭୫୫ ରେ ହାନିମ୍ୟାନଙ୍କ ଜନ୍ମ। ସବୁ ବର୍ଷ ଏହିଦିନରେ ତାଙ୍କର ଜନ୍ମଦିନ ପାଳିତ ହୁଏ। ଯେଉଁମାନଙ୍କର ବଡବଡ ରୋଗ ହୋମିଓପାଥିରେ ଭଲ ହେଉଛି ସେମାନେ ନିଶ୍ଚୟ ହାନିମ୍ୟାନଙ୍କୁ ଶତ ପ୍ରଣାମ ଜଣାଉଥିବେ । ଯେତେ ବଡବଡ ରୋଗ ଆପଣ ସମାଜରେ ଦେଖୁଛନ୍ତି, ଲୋକମାନେ ଥାକେଥାକେ ରିପୋର୍ଟ ଧରି ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡୁଛନ୍ତି । କଥାକଥାକେ କଟାକଟି ହେଉଛି ହାନିମ୍ୟାନଙ୍କ ସମୟରେ ମଧ୍ୟ ତାହା ହେଉଥିଲା । କିଛି ଟେକ୍ନୋଲୋଜି ଯାହା ବଦଳିଛି ।
ଆଣ୍ଠୁ ପ୍ରତିରୋପଣ କଲେ, ଲିଭର ପ୍ରତିରୋପଣ କଲେ,ହୃଦ୍ ଅସ୍ତ୍ରୋପଚାର କଲେ ରୋଗୀଙ୍କର କିଛି ରୋଗ ସିନା ଲାଘବ ହେବ ହେଲେ ସେ ସମ୍ପୂର୍ଣ୍ଣ ଭଲ ହେଉଛନ୍ତି କି ? ଏଇ ପ୍ରଶ୍ନର ଉତ୍ତର ହାନିମ୍ୟାନ ନ ପାଇବାରୁ ହିଁ ଆହୁରି ଉନ୍ନତ ଚିକିତ୍ସାର ସନ୍ଧାନରେ ରହିଲେ ଏବଂ ହୋମିଓପାଥିକୁ ବାହାର କଲେ।
ଆଜି ଏଇ ନୂତନ ଚିକିତ୍ସା ଦ୍ଵାରା ଲକ୍ଷଲକ୍ଷ ରୋଗୀ ନୂତନ ଜୀବନ ପାଉଛନ୍ତି ଏବଂ ଯେତେ ବଡ ରୋଗ ହେଲେ ବି ସହଜରେ ଭଲ ହେଇପାରୁଛି। କୋଭିଡ ସମୟରେ ଯେଉଁମାନେ ହୋମିଓପାଥି ଦ୍ବାରା ଭଲ ହେଲେ ସେମାନେ ହିଁ କହିପାରିବେ ଏ ଚିକିତ୍ସାର ମାହାତ୍ମ୍ୟ।
ଆଜିକାଲି ହୋମିଓପାଥିର ବହୁତ ଗବେଷଣା ଦ୍ଵାରା କୋଟିକୋଟି ରୋଗୀ ଉପକୃତ ହେଇପାରୁଛନ୍ତି। ଯେତେ ବୈଜ୍ଞାନିକ ପୃଥିବୀରେ ଜନ୍ମ ହେଇଛନ୍ତି ସେମାନେ ଦୁନିଆର କେତେ ଯେ ଉପକାର କରିଛନ୍ତି ତାର ଉପଭୋକ୍ତାମାନେ ହିଁ ଜାଣିପାରିବେ। ଆଜିର ଏହି ପୂଣ୍ୟ ତିଥିରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ।