ନୂଆଦିଲ୍ଲୀ: ଆଜି ଆନ୍ତର୍ଜାତୀୟ ସାକ୍ଷରତା ଦିବସ। ସାକ୍ଷରତା ଶବ୍ଦ ସାକ୍ଷର ଶବ୍ଦରୁ ଉତ୍ପନ୍ନ, ଯାହାର ଅର୍ଥ ଅକ୍ଷର ବୁଝିବାରେ ସକ୍ଷମ ବ୍ୟକ୍ତି ଅର୍ଥାତ୍ ଯିଏ ପଢିବା ଏବଂ ଲେଖିବାରେ ସକ୍ଷମ। ତେବେ ଆଜିର ଏହି ଅବସରରେ ସମାଜରେ ଶିକ୍ଷାର ମହତ୍ତ୍ୱ ବାବଦରେ ପ୍ରଚାର କରାଯାଏ। ଆଉ ପ୍ରତିବର୍ଷ ବିଶ୍ୱବ୍ୟାପୀ ଏହି ଦିବସ ପାଳନ କରାଯାଏ। ସାକ୍ଷରତାର ଲକ୍ଷ୍ୟ ହାସଲ କରିବା ପାଇଁ ଭାରତ ସରକାର ‘ସର୍ବ ଶିକ୍ଷା ଅଭିଯାନ’ ପରିଚାଳନା କରୁଛନ୍ତି। ଏହା ମାଧ୍ୟମରେ ସମସ୍ତ ଭାରତୀୟଙ୍କୁ ଶିକ୍ଷା ପାଇଁ ଉତ୍ସାହିତ କରୁଛନ୍ତି । ପିଲାଙ୍କଠାରୁ ବୃଦ୍ଧ ପର୍ୟ୍ୟନ୍ତ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସାକ୍ଷରତା ଦିବସ ପାଳନ କରାଯାଏ। ପ୍ରତିବର୍ଷ ବିଶ୍ୱ ସାକ୍ଷରତା ଦିବସର ଏକ ବିଶେଷ ବିଷୟବସ୍ତୁ ରହିଥିବାବେଳେ ଚଳିତ ବର୍ଷ ଏହାର ଥିମ୍ ରହିଛି ‘ପରିବର୍ତ୍ତିତ ଦୁନିଆରେ ସାକ୍ଷରତାକୁ ପ୍ରୋତ୍ସାହିତ କରିବା ଏବଂ ଏକ ସ୍ଥାୟୀ ଏବଂ ଶାନ୍ତିପୂର୍ଣ୍ଣ ସମାଜର ମୂଳଦୁଆ ଗଢିବା’। ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପ୍ରତିବର୍ଷ ୮ ସେପ୍ଟେମ୍ବରରେ ବିଶ୍ୱସ୍ତରରେ ପାଳନ କରାଯାଉଥିବାବେଳେ ୧୯୬୬ ରେ ପ୍ରତମେ ସାକ୍ଷରତା ଦିବସ ପାଳନ ଆରମ୍ଭ ହୋଇଥିଲା।