(ରଜନୀ କାନ୍ତ ପ୍ରାତ୍ର / ହିଂଜିଳି କାଟୁ ): ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବଜେପେୟୀଙ୍କ ଜନ୍ମ ଦିନ ଓ ବଡ଼ଦିନ ଅବସରରେ ହିଞ୍ଜିଳିକାଟୁ ର ଷ୍ଟୁଡେଣ୍ଟସ ଫର ସୋସାଇଟି ଅନୁଷ୍ଠାନ ପକ୍ଷରୁ ଧାରାକୋଟ ସ୍ଥିତ ଶ୍ରୀବାଲୁଙ୍କେଶ୍ୱର ଅନାଥ ଆଶ୍ରମ ରେ କୁନିକୁନି ପିଲା ମାନଙ୍କ ଗ୍ରହଣ ରେ ସ୍ଵର୍ଗତଃ ବଜେପେୟାଙ୍କ ଜନ୍ମ ଦିବସ ଓ ବଡ ଦିନ ପର୍ବ କୁ ପାଳନ କରିଛନ୍ତିକ୍ଷ ଚାରି ଆଡେ଼ ବଡ଼ ଦିନ କୁ ପାଳନ କରିବା ପାଇଁ ପିଲା ଠାରୁ ବୃଦ୍ଧ ପର୍ୟ୍ୟନ୍ତ ଉତ୍ସାହିତ ଥିବା ବେଳେ ଷ୍ଟୁଡେଣ୍ଟସ ଫର ସୋସାଇଟିର କର୍ମ କର୍ତ୍ତା ମାନେ ଏକ ନୂଆ ଚିନ୍ତା ଆପଣେଇ ଛନ୍ତି । ଗୋଟିଏ ଦିନ ଅନାଥ ଆଶ୍ରମରେ ଛୋଟ ପିଲାମାନଙ୍କୁ ସହ ବିତାଇବା ସହ କିଛି ପଢିବା ପୁସ୍ତକ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଥିଲେ। ଏହି ଅବସରରେ ସଭାପତି ସଂସ୍କାର ପଟ୍ଟନାୟକଙ୍କ ସମେତ ଅନୁଷ୍ଠାନର ହିମାଂଶୁ ବେହେରା, ଚିନ୍ମୟ ଚୌଧୁରୀ, ମୃତ୍ୟୁଞ୍ଜୟ ପାଢ଼ୀ, ସୁବ୍ରଜିତ୍ ପଣ୍ଡା, ଚିନ୍ମୟ ପୋଲାଇ,ସାଇ ଶ୍ରୀତମ ଆଚାରୀ,ସୌମ୍ୟରଞ୍ଜନ ପଟ୍ଟନାୟକ, ରଞ୍ଜିତ ବାଡ଼ତ୍ୟା ପ୍ରମୁଖ ଉପସ୍ଥିତ ଥିଲେ।