ନର୍ଲା ପ୍ରେସ ଆସୋସିଏସନ୍ ର ବାର୍ଷିକ ଉତ୍ସବ ପାଳନ

0

କଳାହାଣ୍ଡି ଜିଲ୍ଲା ନର୍ଲା ରୋଡସ୍ଥିତ  ଦିଶା ହୋଟେଲ ଠାରେ ନର୍ଲା ପ୍ରେସ ଆସୋସିଏସନ୍ ଓଜେୟୁ ଶାଖା ର ସଭାପତି ଚିନ୍ତାମଣି ନାଏକ ଙ୍କ ତତ୍ତ୍ଵବଧାନରେ ସଙ୍ଘ ର ସମସ୍ତ ସଦସ୍ୟ ଉପସ୍ଥିତ ସହ ଲିଗାଲ୍ ଏଡ୍ ଭାଇଜର ଦୀପକ କୁମାର ସାହୁ ସହଯୋଗ ରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ନର୍ଲା ଗୋଷ୍ଟି ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଓ ସମ୍ମାନିତ ଅତିଥି ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ବିଜ୍ଞାନ ଶିକ୍ଷକ ସନ୍ତୋଷ କର, ଆଇନ୍ ଜିବୀ ପ୍ରକାଶ ପଣ୍ଡା, ଡମ କର୍ଲାଖୁଣ୍ଟା ସରପଞ୍ଚ ଥବିର ରଣା ମୁଖ୍ୟ ବ୍ୟକ୍ତା ଭାବେ ବରିଷ୍ଟ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର  ପ୍ରମୁଖ ମଞ୍ଚାସିନ ଥିଲେ । ଜିଲ୍ଲା ପାଇଁ ନିଷ୍ଠା, ସଚ୍ଚୋଟତା ର ସହିତ କାର୍ଯ୍ୟ କରି ସମାଜ ସେବା ରେ ଅତୁଳନୀୟ ଅବଦାନ ଥିବା ଶ୍ରେଷ୍ଠ କର୍ମଚାରୀ ଓ ସଫଳ ଚାଷୀ ଏବଂ ସମାଜ ସେବୀ ମାନଙ୍କୁ ଆଗାମୀ ପିଢ଼ିର ପ୍ରେରଣା ଦାୟୀ ଭାବରେ ସମ୍ମାନିତ କରାଯାଇଥିଲା ଏବଂ ଜିଲ୍ଲା ପାଇଁ ଗୌରବ ଆଣିଥିବା ସଫଳ ମେଧାବୀ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଘ ର ସମସ୍ତ ସଦସ୍ୟ ସହିତ ସୁଦୂର ଭବାନୀପାଟଣା ର ବରିଷ୍ଟ ସାମ୍ବାଦିକ ଗଣ ଯୋଗଦେଇଥିଲେ। ଏହିଭଳି କାର୍ଯ୍ୟକ୍ରମ କରି ନର୍ଲା ପ୍ରେସ ଆସୋସିଏସନ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ।