(ସର୍ବେଶ୍ୱର ପାତ୍ର / କାମାକ୍ଷାନଗର ): ଆଦିବାସୀ ସାନ୍ତାଳି ମାନଙ୍କ ଅଲଚିକ ଭାଷା ବିଜୟ ଦିବସ ଆଜି ପାଳିତ ହୋଇଯାଇଛି ।ଢେଙ୍କାନାଳ ଜିଲା କାମାକ୍ଷାନଗର ସାରଂଗଧର ଷ୍ଟାଡିଅମ ଠାରେ ଆଜି ଜିଲା ଓ ଆଖପାଖ ଜିଲ୍ଲାରୁ ଶତାଧିକ ସାନ୍ତାଳି ଏକତ୍ରିତ ହୋଇ ପଡିଆ ଠାରୁ ଏକ ବିରାଟ ଶୋଭାଯାତ୍ରାରେ ପାରମ୍ପରିକ ନୃତ୍ୟ ଗୀତାର ତାଳେତାଳେ କାମାକ୍ଷାନଗର ବଜ଼ାର ପରିକ୍ରମା କରିବା ପରେ ଷ୍ଟାଡିଅମ ଠାରେ ଏକ ସଭା କରିଥିଲେ । ସେଠାରେ ଆଜିର ଦିନ ବିଷୟରେ ଆଲୋଚନା କରିଥିଲେ ଆଜି ଦିନରେ ତାଙ୍କର ପୂର୍ବ ପୁରୁଷ ମାନେ ଅଲଚିକ ଆସା ଭାଷା କୁ ସରକାରୀ ସ୍ତରରେ ସ୍ବୀକୃତି ମିଳିଥିଲା ସେଜି ମହା ମୁନିସ ମାନଙ୍କୁ ମାନେ ପକାଇବା ପାଇଁ ଦିନଟିଏ ।ନିଜ ସମ୍ପ୍ରଦାୟର ଶତାଧିକ ଲୋକ ଉପସ୍ଥିତ ଥିଲେ ।