ଆଜି ବାରବାଟୀରେ ସେଲିବ୍ରିଟି କ୍ରିକେଟ ଲିଗ ମ୍ୟାଚ

0

କଟକ: ସେଲିବ୍ରିଟି କ୍ରିକେଟ୍‌ ଲିଗ୍ (ସିସିଏଲ୍‌)ର ୨୦୨୫ ସଂସ୍କରଣର ୨ଟି ମ୍ୟାଚ୍‌ କଟକର ବାରବାଟୀ ଷ୍ଟାଡିୟମ୍‌ ରେ ଖେଳାଯିବ । ତେବେ ପ୍ରଥମ ମ୍ୟାଚଟି ଅପରାହ୍ଣ ୨ଟାରୁ ୬ଟା ପର୍ଯ୍ୟନ୍ତ ଥିବାବେଳେ  ପଞ୍ଜାବ ଦା ସେର ଓ ଭୋଜପୁରୀ ଦବଙ୍ଗସ୍ ମଧ୍ୟରେ ଖେଳାଯିବ । ସେହିପରି ସନ୍ଧ୍ୟା ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ମ୍ୟାଚ୍ ମୁମ୍ବାଇ ହିରୋଜ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ । ହିନ୍ଦୀ ସହ ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ ସେମାନଙ୍କ ଅଭିନୟ ଦ୍ବାରା ତାରକା ପାଲଟିଥିବା ଅଭିନେତାମାନେ ସେମାନଙ୍କ କ୍ରିକେଟ୍‌ ଦକ୍ଷତା ଦେଖାଇବେ। ପ୍ରତି ଦଳରେ ସେଲିବ୍ରିଟିମାନେ ହିଁ ଅଛନ୍ତି । ପ୍ରତି ଟିମରେ ଅନେକ ନାମୀ ଦମି କଳାକାର ମାନେ ରହିଛନ୍ତି ।

ଭୋଜପୁରୀ ଦବଙ୍ଗ୍‌ସ ଦଳରେ ମନୋଜ ତିୱାରୀ, ରବି କିଷନ୍‌ଙ୍କ ପରି ଭୋଜପୁରୀ ଅଭିନେତାମାନେ ରହିଛନ୍ତି ।  ମୁମ୍ବଇ ହିରୋଜ୍‌ ଦଳରେ ସୁନୀଲ ସେଟ୍ଟି, ଆଫ୍‌ତାବ ଶିବଦାସାନି, ବବି ଦେଓଲ ପ୍ରମୁଖ ରହିଛନ୍ତି । ବେଙ୍ଗଲ ଟାଇଗର୍ସ ଦଳର ନେତୃତ୍ବ ନେଉଛନ୍ତି ଯୀଶୁ ସେନଗୁପ୍ତ  । ବାରବାଟୀରେ ଦର୍ଶକ ଉଭୟ ମ୍ୟାଚ୍‌ ଗୋଟିଏ ଟିକଟରେ ହିଁ ଦେଖିପାରିବେ ।

ଖେଳାଳିମାନେ ଭୁବନେଶ୍ବରରେ ରହୁଛନ୍ତି। ସିସିଏଲ୍‌ର ୧୧ଶ ସଂସ୍କରଣରେ ୭ଟି ଦଳ ଖେଳୁଛନ୍ତି। ବେଙ୍ଗଲ ଟାଇଗର୍ସ ହେଉଛି ଗତବର୍ଷର ଚମ୍ପିଆନ୍‌। ଶନିବାର ସନ୍ଧ୍ୟାରେ ବେଙ୍ଗଲ ଟାଇଗର୍ସ ଦଳ ବାରବାଟୀରେ ଅଭ୍ୟାସ କରିଥିଲା। ପଞ୍ଜାବ ଦେ ଶେର୍ ଦଳର ଅଧିନାୟକ ହେଲେ ବଲିଉଡ୍‌ ତାରକା ସୋନୁ ସୁଦ୍। ଏହି ଦଳରେ ମିକା ସିଂହ, ଆୟୁଷ୍ମାନ ଖୁରାନା, ଜିମ୍ମି ଶେର୍‌ଗିଲ, ରାହୁଲ ଦେବ ପ୍ରଭୃତି ରହିଛନ୍ତି।