(ରିପୋର୍ଟସ ଟୁଡ଼େ/ଦିଲ୍ଲୀ):ଆଜି କେନ୍ଦ୍ର କ୍ୟାବିନେଟ ବୈଠକ । ସାରା ଦେଶରେ କୃଷକଙ୍କ ଲାଗି କେନ୍ଦ୍ର ସରକାର ପ୍ୟାକେଜ ଘୋଷଣା କରିବାର ଯୋଜନା ରଖିଛନ୍ତି। ଏ ନେଇ କୃଷି ମନ୍ତ୍ରୀ ରାଧାମୋହନ ସୂଚନା ଦେଇଛନ୍ତି । ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ ଆସିବା ପୂର୍ବରୁ ଚାଷୀଙ୍କୁ ଖୁସି କରିବାକୁ ସରକାର ରଣନୀତି ପ୍ରସ୍ତୁତ କରିଥିବା ଜଣାପଡିଛି । ପ୍ରଥମତଃ ସରକାର ଚାଷୀ ଋଣ ଛାଡ କରିପାରନ୍ତି । ଏହା ଫଳରେ କେନ୍ଦ୍ର ସରକାରଙ୍କୁ ୧୫ ହଜାର କୋଟି ଟଙ୍କାର ଅତିରିକ୍ତ ବୋଝ ପଡିପାରେ । ସେହିପରି ଚାଷୀଙ୍କ ପାଇଁ ସରକାର ବୀମା ରାଶି ଦେବାକୁ ଯୋଜନା କରୁଛନ୍ତି । ଓଡିଶା, ତେଲେଙ୍ଗାନ ଢାଞ୍ଚାରେ ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବୀମା ରାଶି ପଠାଇବାକୁ ଚିନ୍ତା କରୁଛନ୍ତି । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ କୃଷକଙ୍କୁ ଆକୃଷ୍ଟ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ।