ଟୀକାକରଣରେ ୨ଟି ଭିନ୍ନ ଭିନ୍ନ ଟିକାକୁ ମିଳିଲା ମଞ୍ଜୁରୀ
ସମଗ୍ର ବିଶ୍ୱରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହି ମାମଲାକୁ ଦୃଷ୍ଟିରେ ରଖି କରୋନା ଟିକାକୁ ସବୁଠୁ ଭଲ ସୁରକ୍ଷା ବ୍ୟବସ୍ଥା ଭାବରେ ବିବେଚନା କରାଯାଉଛି। ଏହି କାରଣରୁ କରୋନା ଟିକା ସମ୍ବନ୍ଧରେ ପରୀକ୍ଷା ଜାରି ରହିଛି।
(ଦିଲ୍ଲୀ) : ସମଗ୍ର ବିଶ୍ୱରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହି ମାମଲାକୁ ଦୃଷ୍ଟିରେ ରଖି କରୋନା ଟିକାକୁ ସବୁଠୁ ଭଲ ସୁରକ୍ଷା ବ୍ୟବସ୍ଥା ଭାବରେ ବିବେଚନା କରାଯାଉଛି। ଏହି କାରଣରୁ କରୋନା ଟିକା ସମ୍ବନ୍ଧରେ ପରୀକ୍ଷା ଜାରି ରହିଛି। ଏହି ପର୍ଯ୍ୟାୟରେ ଏବେ ସରକାର କରୋନା ଟୀକାକରଣରେ ମିକ୍ସଡ ଡୋଜକୁ ସାମିଲ କରିବା ପାଇଁ ଏକ ବୈଜ୍ଞାନିକ ଅଧ୍ୟୟନକୁ ମଞ୍ଜୁରୀ ଦେଇଛନ୍ତି । କାରଣ ଏପର୍ଯ୍ୟନ୍ତ ସାମ୍ନାକୁ ଆସିଥିବା ଅନ୍ୟ କ୍ଲିନିକାଲ୍ ଅଧ୍ୟୟନରେ ଟିକାକୁ ନେଇ ସକରାତ୍ମକ ଫଳାଫଳ ଦେଖିବାକୁ ମିଳିଛି।
ବିଶେଷଜ୍ଞ କାର୍ଯ୍ୟ ସମିତି (SEC) ର ବୈଠକରେ କୋଭିସିଲ୍ଡ ଏବଂ କୋଭାକ୍ସିନ୍ର ମିଶ୍ରିତ ମାତ୍ରାରେ ସହିତ ନାକରେ ଦିଆଯାଉଥିବା ଭାରତ ବାୟୋଟେକର ଟିକା ଉପରେ ଅଧ୍ୟୟନକୁ ମଞ୍ଜୁରୀ ଦିଆଯାଇଛି। ଖୁବ୍ ଶୀଘ୍ର ଦେଶର ଅଲଗା ଅଲଗା ହସ୍ପିଟାଲରେ ଦୁଇଟି ଟିକାର ମିଶ୍ରଣ ସହ ଜଡିତ ଏକ ଅଧ୍ୟୟନ ଦେଖିବାକୁ ମିଳିପାରେ। SEC ର ସଦସ୍ୟମାନେ କହିଛନ୍ତି ଯେ ଅନେକ ଦେଶରେ ସମାନ ବ୍ୟକ୍ତିଙ୍କୁ ଦୁଇଟି କରୋନା ଟିକା ଦିଆଯାଇଛି ଏବଂ ଫଳାଫଳ ବହୁତ ଭଲ ହୋଇଛି।