ନୂଆଦିଲ୍ଲୀ : ଜାପାନ, ଦକ୍ଷିଣ କୋରିଆ, ବ୍ରାଜିଲ, ଚୀନ୍ ଏବଂ ଆମେରିକାରେ କୋଭିଡ୍ -19 ମାମଲାରେ ହଠାତ୍ ଉତ୍ତେଜନା କେନ୍ଦ୍ର ସରକାର ଆଲର୍ଟ ହୋଇଯାଇଛନ୍ତି । ନମୁନାକୁ ଜେନମ ସିକ୍ୱେନ୍ସ ପାଇଁ ପଠାଇବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ତଥା ୟୁଟି ମାନଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି ଯେ କରୋନାର ନୂଆ ଭାଂରିଆଂଟ ଜାଣିବା ପାଇଁ ଜେନମ ସିକ୍ୱେନ୍ସ ଜରୁରୀ । ଏଥିପାଇଁ ସମସ୍ତ ରାଜ୍ୟକୁ ନମୁନା ପଠାଇବା ପାଇଁ କୁହାଯାଇଛି । ଏଥିସହ ସମସ୍ତ ରାଜ୍ୟକୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
କୋଭିଡ ଟିକାକରଣ ଅଭିଯାନର ମୁଖ୍ୟ ଆଜି କହିଛନ୍ତି, ପଡୋଶୀ ଚୀନରେ କରୋନା ବଢୁଥିଲେ ବି ଭାରତକୁ ସେଭଳି ଚିନ୍ତା କରିବାର ଆବଶ୍ୟକ ନାହିଁ । କାରଣ-ଦେଶର ଟିକାକରଣ ହୋଇସାରିଛି । ଦୁନିଆରେ ଦେଖାଦେଇଥିବା ନୂଆ ଭାରିଆଂଟ ଭାରତରେ ମିଳିସାରିିଛି । ତେଣୁ ସାବଧାନ ଜରୁରୀ । ଚୀନରେ ଏ ଯାଏଁ ଅନେକ ଲୋକଙ୍କ ଟିକାକରଣ ସରିନାହିଁ ।