ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରାଜନାଥ ସିଂ ହ ଓ ଭୂପେନ୍ଦ୍ର ଯାଦବ

0

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ବିଜେପିର ୨ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ। ବିଜେପିର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ପହଞ୍ଚିଲେ। ବିଜେପି ବିଧାୟକ ଏବଂ ନେତାଙ୍କ ସହ ଆଲୋଚନା କରିବେ। ଉଭୟ ବିଜେପି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିବେ। ବୈଠକ ପରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରି ପାରନ୍ତି। ତେବେ ତାଙ୍କୁ ବିମାନବନ୍ଦରରେ ବିଜେପି ନେତା ସ୍ୱାଗତ ଜଣାଇଛନ୍ତି ।
ସେହିପରି ଆସନ୍ତା କାଲି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସହ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗ ଦେବେ । ଏହା ଛଡା ବହୁ ଭିଭିଆଇପି , ଶିଳ୍ପପତି ଓ ବିଶିଷ୍ଟ ବ୍ୟକ୍ତି ଓଡିଶା ଆସିବେ । ବିମାନ ବନ୍ଦରରେ ପହଞ୍ଚିବା ଠାରୁ ହୋଟେଲରେ ରହିବା ଏବଂ ପୁଣି ବିମାନ ବନ୍ଦରକୁ ଫେରିବା ପର୍ଯ୍ୟନ୍ତ ସବୁଠୁ ପୋଲିସ ଛାଉଣୀ ରହିବ । ବିମାନ ବନ୍ଦର, ରାଜଭବନ ଓ ଜନତା ମୈଦାନରେ ସୁରକ୍ଷା କଡାକଡି । ଶପଥ ଗ୍ରହଣ ସମାରୋହ ପାଇଁ ଜନତା ମୈଦାନରେ ସୁରକ୍ଷାର ପ୍ରତିଟି ଦିଗ ଉପରେ ନଜର ରଖିଛି କମିଶନରେଟ ପୋଲିସ ।