ବାରିପଦା : ଶିମିଳିପାଳରେ ଦେଖିବାକୁ ମିଳିବ କଳା ବାଘ ସଫାରୀ ।ଶିମିଳିପାଳରେ କଳାବାଘ ସଫାରୀ ପାଇଁ ମିଳିଛି ଗ୍ରୀନ ସିଗନାଲ । ଉତଇ ବା ସେଣ୍ଟ୍ରାଲ ଜୁ ଅଥରିଟି ରୁ ମିଳିଲା ଅନୁମତି। ଏନଟିସିଏ ପରେ ସେଣ୍ଟ୍ରାଲ ଜୁ ଅଥରିଟିରୁ ଅନୁମତି ମିଳିବା ପରେ ଖୁବ୍ ଶୀଘ୍ର ଏହା ସମ୍ପୂଣ୍ଣ ହେବ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା ପର୍ୟ୍ୟଟକଙ୍କ ପାଇଁ ଖୋଲା ଯିବ। ରାଜ୍ୟରେ ବାଘ ସଂଖ୍ୟା ବଢୁଥିବା ବେଳେ ଏହା ଦ୍ୱାରା ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ।
ବାରିପଦାରୁ ୧୦କିମି ଦୂରରେ ୧୦୦ ଏକର ଜାଗାରେ ମଞ୍ଚିଆପଡାରେ କଳାବାଘ ସଫାରୀ ହେବ। ନନ୍ଦନକାନନରେ କଳା ଜିନ ଥିବା ବାଘକୁ ନେଇ ସେଠାରେ ଛଡାଯିବ। ସେଠାରେ ବାଘ ଙ୍କ ପାଇଁ ଏକ ହସ୍ପିଟାଲ ମଧ୍ୟ ତିଆରି ହେବ ।