ସେସୁ ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ

0

(ରିପୋର୍ଟସଟୁଡେ) : ଦୀର୍ଘ ଦିନଧରି ରାଜ୍ୟ ସରକାରଙ୍କ ବିଭାଗର କାର୍ଯ୍ୟକରୁଥିବା ସେସୁ ବିଭାଗର ଉପରସ୍ଥ କର୍ମଚାରୀମାନଙ୍କର ମନମୂଖୀ କାର୍ଯ୍ୟକଳାପକୁ ନେଇ ନହରକଣ୍ଟା ପିପିଲ ଫୋରମ ର ଏମଏସସି ପରିସର ରେ ହେଉଥିବା ପ୍ରାୟ ୧୭୨ ଟି ପରିବାର ବିଦ୍ୟୁତ ସେବାରୁ ବଂଚିତ ହେବାରୁ ଆଇନିର ଦ୍ୱାରସ୍ଥ ହୋଇଥିଲେ । ଶେଷରେ ମାନ୍ୟବର ଲୋକପାଳ ଅଦାଲତ ଏହି ବିଷୟରେ ତର୍ଯ୍ୟମା କରି ନହର କଣ୍ଠା ପିପୋଲ ଫୋରମ ସପକ୍ଷରେ ରାୟ ଶୁଣାଇଛନ୍ତି । ୬୦ ଦିନ ଭିତରେ ବିଦ୍ୟୁତ ସଂଯୋଗ କରିବାକୁ କହିଥିଲେ କିନ୍ତୁ ଅବଧି ବିତିଯାଇଥିଲେ ମଧ୍ୟ ସେସୁ ବିଭାଗ ରେ ଅଧିକାରି ମାନେ ଏହି ଆଦେଶ କୁ ବେଖାତିରି କରିବା ସହ ମାନ୍ୟବର ଲୋକପାଳଙ୍କ ନିର୍ଦ୍ଦେଶ କୁ ଅବମାନନା କରି ଥିଲେ ତା ସହ ମୋଟା ଅଙ୍କର ଟଙ୍କା ନଦେଲେ ବିଦ୍ୟୁତ ସଂଯୋଗ ଦିଆଯିବନାହିଁ ବୋଲି କହୁଛନ୍ତି କିନ୍ତୁ ଏପଟେ ବଡ ବିଲ୍ଡିଙ୍ଗି ଏସପ୍ଲାନେଣ୍ଡ ଭଳି ସଂସ୍ଥାକୁ ବିଦ୍ୟୁତ ଯୋଗାଇ ଦେଉଛନ୍ତି ବୋଲି ସାଙ୍ଘାତକ ଅଭିଯୋଗ ଆଣିଛି କଂଗ୍ରେସ ।