କୌଶଳ ମହୋତ୍ସବ ଯୁବବର୍ଗଙ୍କୁ ରୋଜଗାର ଦେଇ ସ୍ୱପ୍ନ ପୂରଣ କରୁଛି – ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର: ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳଳୟ ଅନ୍ତର୍ଗତ ଏନଏସଡିସି ଦ୍ୱାରା ଆୟୋଜିତ କୌଶଳ ମହୋତ୍ସବ ( ରାଜଗାର ମେଳା) ଯୁବବର୍ଗଙ୍କ ଆତ୍ମବିଶ୍ୱାସ ବଢାଇବା ସହ ସେମାନଙ୍କର ସ୍ୱପ୍ନ ପୂରଣ କରୁଛି ବୋଲିି ସମ୍ବଲପୁର ଜିଲ୍ଲାର ଧାନକଉଡା ଠାରେ ଆୟାଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁର କୌଶଳ ମହୋତ୍ସବରେ ସାହୀ ଲକ୍ସପୋର୍ଟ, ଏଲ ଆଣ୍ଡ ଟି ଫାଇନାନ୍ସ, ରିଲାଇନ୍ସ ଜିଓ କମ୍ପାନୀ ସହ ବ୍ୟାଙ୍କି , ଇଲେକ୍ଟ୍ରେିନିକ୍ସ, ଆଇଟି, ମ୍ୟାନେଜମେଣ୍ଟ, ମାଇନିଂ , ପର୍ଯ୍ୟଟନ ଏବଂ ଆତିଥେୟତା କ୍ଷେତ୍ରରେ ଚୟନ ହୋଇଥିବା ୧୦୯୫ ଜଣ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଓଡିଶା ସମେତ ଦେଶର ଦକ୍ଷ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ ସେକ୍ଟରରେ ରୋଜଗାର ପ୍ରଦାନ କରିବା ଲକ୍ଷ୍ୟରେ ଏହି ରୋଜଗାର ମେଳା ଆୟୋଜିତ ହୋଇଛି । ଏହି ମେଳାରେ ଶ୍ରୀ ପ୍ରଧାନ ଯୋଗଦେଇ କରହିଛନ୍ତି ଯେ , ଭାରତକୁ ଆଗକୁ ନେବାପାଇଁ ହେଲେ ଯୁବବର୍ଗଙ୍କୁ ଦକ୍ଷ କରିବା ଜରୁରୀ । ପ୍ରଧାନମନ୍ତ୍ରୀଙ୍କ କୁଶଳ ପ୍ରବନ୍ଧନ କାରଣରୁ ନୂଆ ରୋଜଗାର ତିଆରି ହେଉଛି । ଏହି ଉତ୍ସବରେ ନିଯୁକ୍ତୀ ପାଇଥିବା କିଛି ପ୍ରାର୍ଥୀଙ୍କ ସହ କଥା ହୋଇଥିଲେ କେନ୍ଦ୍ର ମନ୍ତ୍ରୀ । ଲହିଭଳି ଯୁବ ପ୍ରତିଭାମାନେ ଆଜି ରୋଜଗାର ମେଳା ମାଧ୍ୟମରେ ବିଭିନ୍ନ ସେକ୍ଟରରେ ନିଯୁକ୍ତି ପାଇଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ପାଇଥିବା ପ୍ରାର୍ଥୀ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କୁ ସ୍କିଲ ଇଣ୍ଡିଆ ଡିଜିଟାଲ ଆପ ଡାଉନଲୋଡ କରିବା ପାଇଁ ପରାମର୍ଶ ଦେଇଥିଲେ ।