ସିରିୟଲ ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ

0

( ରିପୋର୍ଟସଟୁଡେ): ଛୋଟ ପରଦାର ବଡ ସିରିୟଲ୍ ବଡେ ଅଛେ ଲଗତେ ହେଁ ଅଭିନେତ୍ରୀଙ୍କ ସଙ୍ଗୀନ ଅଭିଯୋଗ । ସ୍ବାମୀ ଫରହାନ ମିର୍ଜାଙ୍କ ବିରୋଧରେ ଶାରୀରିକ ଏବଂ ମାନସିକ ନିର୍ୟାତନା ଅଭିଯୋଗ ଆଣିଛନ୍ତି ଲୋକପ୍ରିୟ ଅଭିନେତ୍ରୀ ଚାହତ ଖନ୍ନା ।

ମତେ ମୋ ସ୍ବାମୀ ଜଣେ ବେଶ୍ୟା ବୋଲି ଭାବନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ଚାହତ । ଏପରିକି ସହ କଳାକାର ମାନଙ୍କ ସହ ମୋର ଅବୈଧ ସମ୍ପର୍କ ଥିବା ଅଭିଯୋଗ ଆଣି ଶାରୀରିକ ଏବଂ ମାନସିକ ନିର୍ୟାତନା ଦିଅନ୍ତି । ଏପରିକି ସନ୍ଦେହ କରି ସୁଟିଂ ସେଟରେ ହଠାତ୍ ପହଂଚିଯାଉଥିଲେ ।

ଏହା ସହ ଆଉ ଏକ ସଙ୍ଗୀନ ଅଭିଯୋଗ ମଧ୍ୟ ଅଣିଛନ୍ତି । କହିଛନ୍ତି ଅସୁସ୍ଥ ଥିବା ସମୟରେ ମଧ୍ୟ ଜବରଦସ୍ତ ଶାରୀରିକ ସମ୍ପର୍କ ରଖନ୍ତି ଫରହାନ୍ । ତେଣିକି ମୁଁ ମରିଯାଏନି କାହିଁକି ତାଙ୍କ ଉପରେ କୌଣସି ପ୍ରଭାବ ପଡେ ନାହିଁ । କିନ୍ତୁ ନିଜ ଦୁଇ ଝିଅଙ୍କ ମୁହଁକୁ ଦେଖି ଚୁପ୍ ରହୁଥିଲେ । ଘରର ପରିବେଶ ଏପରି କରିଦେଇଥିଲେ ଯେ ଅଣନିଶ୍ବାସୀ ଲାଗୁଥିଲା । ହେଲେ ଅତ୍ୟାଚାର ଅଧିକ ହେବାରୁ ଏବେ ଛାଡପତ୍ର ନୋବକୁ ନିଷ୍ପତ୍ତି ନେଇଛନ୍ତି । ସୂଚନାଯୋଗ୍ୟ ଫରହାନଙ୍କୁ ୨୦୧୩ରେ ବିବାହ କରିଥିଲେ ଚାହତ୍ ।