ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ଚନ୍ଦନପୁର ସମିତିସଭ୍ୟ ଉପନିର୍ବାଚନ ପାର୍ଥି ସୁନିତା ସାହୁ

0

ହରପ୍ରସାଦ ବିଷୋୟୀ / ଗଞ୍ଜାମ :ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହେଲେ ସୁନିତା ସାହୁ | ଉପନିର୍ବାଚନ ପାଇଁ ମଙ୍ଗଳବାର ପାର୍ଥିପତ୍ର ଯାଞ୍ଚ ରେ ଜଣଙ୍କର ପାର୍ଥିପତ୍ର ନାକଚ ହୋଇଛି । ଫଳରେ ସୁନିତା ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇଛନ୍ତି । ସୂଚନା ଅନୁଯାୟୀ ସୋମବାର ଦିନ ଦୁଇ ଜଣ ପାର୍ଥ ସେମାନଙ୍କ ପାର୍ଥିପତ୍ର ଦାଖଲ କରିଥିଲେ । ସ୍ବର୍ଗତ ପୂର୍ବତନ ସମିତି ସଭ୍ୟ ସୁବଳ ସାହୁଙ୍କ ପତ୍ନୀ ସୁନିତା ସାହୁ ପାର୍ଥି ପତ୍ର ଦାଖଲ କରିଥିବା ବେଳେ କେ. ବରିଡା ଗ୍ରାମର କୁନା ସ୍ୱାଇଁ ପାର୍ଥି ପତ୍ର ଦାଖଲ କରିଥିଲେ । ମଙ୍ଗଳ ବାର ପାର୍ଥିପତ୍ର ଯାଞ୍ଚ ସମୟରେ କୁନା ସ୍ୱାଇଁ ଙ୍କ 4 ଟି ସନ୍ତାନ ଥିବା ପ୍ରମାଣ ପତ୍ର ଦାଖଲ କରି ସୁନିତା ଅଭିଯୋଗ କରିଥିଲେ । ଅଭିଯୋଗକୁ ତଦନ୍ତ କରି କୁନାଙ୍କ ପ୍ରାଥୀପତ୍ର ନାକଚ ହୋଇଥିବା ବିଡ଼ିଓ ବେଦବର ପ୍ରଧାନ କହିଛନ୍ତି । ଫଳରେ କାଏମ ରହିଥିବା ଏକ ମାତ୍ର ପ୍ରାଥୀପତ୍ର ସୁନିତାଙ୍କ ହୋଇଥିବାରୁ ସେ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇ ଥିବା ବିଡ଼ିଓ କହିଛନ୍ତି । ସୁନିତା ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ବାବୁ , ବିଧାୟିକା ଲତିକା ପ୍ରଧାନ, ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା, ପଂଚାୟତ ର ସମସ୍ତ ଜନସାଧାରଣ ଙ୍କୁ ଶ୍ରେୟ ଦେଇଛନ୍ତି।
ପ୍ରକାଶ ଥାଉ କି ଚନ୍ଦନପୁର ପଂଚାୟତର ପୂର୍ବତନ ସମିତିସଭ୍ୟ ସ୍ବର୍ଗତ ସୁବଳ ସାହୁ ଗତ ୬/୯/୨୦୨୦ ରେ ମୃତ୍ୟୁବରଣ କରିବା ପରେ ଏହି ପଦବୀ ଖାଲି ପଡିଥିଲା।