ଶିମଲା: ହିମାଚଳପ୍ରଦେଶରେ ଲଗାଣ ବର୍ଷା ସାଙ୍ଗକୁ ଭୂସ୍ଖଳନ ଥମିବାର ନାମ ନେଉନାହିଁ । ଭୂସ୍ଖଳନ କାରଣରୁ ଅନେକ ସ୍ଥାନରେ ରାସ୍ତାଘାଟ ବନ୍ଦ ରହିଛି। ମଣ୍ଡି ଜିଲାରେ ଚଣ୍ଡିଗଡ –ମନାଲୀ ଜାତୀୟ ରାଜପଥ (ରାଷ୍ଟ୍ରୀୟ ରାଜରାସ୍ତା-୩ ) ରେ ଯାତାୟାତ ବନ୍ଦ ହୋଇଯାଇଛି । ବହୁ ସ୍ଥାନରେ କୋଠା ଭୁଷୁଡି ପଡିଥିବା ସୂଚନା ରହିଛି । ଏଥିରେ ଜଣେ ଏକ ଶିଶୁ ଆହତ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ମଣ୍ଡି ଜିଲାର ନିକଟରେ ଭୂସ୍ଖଳନ ହୋଇ ଚଣ୍ଡିଗଡ –ମନାଲୀ ରାଷ୍ଟ୍ରୀୟ ରାଜରାସ୍ତା-୩ କୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ରାସ୍ତାକୁ ପୁନଃ ସଠିକ କରାଯିବା ପାଇଁ କାର୍ୟ୍ୟ ଜାରି ରହିଛି ବୋଲି ସ୍ଥାନୀୟ ପୁଲିସ ସୂଚନା ଦେଇଛି। ବିଳମ୍ବିତ ରାତିରୁ ରାଜପଥକୁ ବନ୍ଦ ରଖାଯାଇଛି। ଜାତୀୟ ରାଜପଥ -୩ରେ ଶହ ଶହ ଗାଡି ଧାଡି ହୋଇ ରହିଛି।
ଶିମଲାରେ ବର୍ଷାରେ ବହୁ ସ୍ଥାନରେ ଘର ଭୁଷୁଡି ପଡିଛି। ପାଣିପାଗ ବିଭାଗ ପକ୍ଷରୁ ସ୍ଥିତି ସ୍ୱଭାବିକ ନେଇ ସୂଚନା ଜାରି କରାଯିବା ପରେ ହିଁ ପର୍ୟ୍ୟଟକ ଶିମଲା ଆସିବାକୁ ପରାମର୍ଶ ଦେବା ସହ ଯାନବାହାନକୁ ମଧ୍ୟ ପାହାଡ ନିକଟରେ ନ ରଖିବାକୁ କୁହାଯାଇଛି ।