ଜୁନ ୧୨ତାରିଖ ରେ ଆନ୍ଧପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ

0

ନୂଆଦିଲ୍ଲୀ: ଜୁନ ୯ ନୁହେଁ ଜୁନ ୧୨ ରେ ଶପଥ ନେବେ ଚନ୍ଦ୍ରବାବୁ ନାଇଡୁ । ଆନ୍ଧପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଚନ୍ଦ୍ରବାବୁ ନାଇଡୁ ଶପଥ ନେବରେ କାର୍ଯ୍ୟକ୍ରମ ରହିଛି । ତେବେ ଏହା ପୂର୍ବରୁ ଜୁନ ୯ତରିଖରେ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚ ହେଉଥିବା ବେଳେ ଏହାକୁ ପରିବର୍ତ୍ତନ କରାଯାଇଛି ।
ସୂଚନା ଅନୁଯାୟୀ, ଜୁନ ୧୨ ତାରିଖରେ ଶପଥ ସମାରୋହ ରହିଛି । ଏହି ଶପଥ ସହ ତେଲୁଗ ଦେଶମ ପାର୍ଟି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁ ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ୧୯୯୫ରୁ ୧୯୯୯ ପର୍ଯ୍ୟନ୍ତ ଏବଂ ପରେ ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ଦକ୍ଷିଣ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।