ବଦଳିଲା ଧଉଳି ଲାଇଟ ଓ ସାଉଣ୍ଡର ସମୟ

0

(ଶୁଭସ୍ମିତା ଦାଶ): ଆଜି ଠାରୁ ବଦଳିବ ଧଉଳି ଶାନ୍ତିସ୍ତୁପ ପରିସରରେ ଅନୁଷ୍ଠିତ ଲାଇଟ ଓ ସାଉଣ୍ଡ ସୋର ସମୟ । ନୂତନ କାର୍ୟ୍ୟସୂଚୀ ଅନୁଯାୟୀ ପ୍ରଥମ ସୋ ସନ୍ଧ୍ୟା ୬ଟା ୩୦ମିନିଟରୁ ୭ଟା ୫ମିନିଟ ପର୍ୟ୍ୟନ୍ତ ଚାଲିବ । ଏହାପରେ ଦ୍ବିତୀୟ ସୋ ସନ୍ଧ୍ୟା ୭ଟା ୧୫ରୁ ୭ଟା ୫୦ମିନିଟ ପର୍ୟ୍ୟନ୍ତ ଚାଲିବ ବୋଲି ପର୍ୟ୍ୟଟନ ଅଧିକାରୀ ଅଜୟ କୁମାର ରାଉତ ସୂଚନା ଦେଇଛନ୍ତି। ରାଜ୍ୟ ପର୍ୟ୍ୟଟନ ବିଭାଗ ପକ୍ଷରୁ ଶୀତଋତୁ କାର୍ୟ୍ୟସୂଚୀ ଅନୁଯାୟୀ ଆଜିଠାରୁ ଧଉଳି ଶାନ୍ତିସ୍ତୂପ ପରିସରରେ ଚାଲିଥିବା ଲାଇଟ, ସାଉଣ୍ତ ସୋ’ର ସମୟରେ ପରିବର୍ତ୍ତନ ହୋଇଛି। ଶୀତଦିନର ଥଣ୍ଡା ଏବଂ ଶୀଘ୍ର ଅନ୍ଧାର ହୋଇଯାଉଥିବାରୁ ପର୍ୟ୍ୟଟକମାନଙ୍କ ସୁବିଧା ଅନୁଯାୟୀ ଏହି ସମୟରେ ପରିବର୍ତନ ଅଣାଯାଇଛି। ତେବେ ପ୍ରତି ସୋମବାର ଦିନର ସନ୍ଧ୍ୟା ସୋ ପୂର୍ବଭଳି ବନ୍ଦ ରହିବ ବୋଲି ଶ୍ରୀ ସାହୁ କହିଛନ୍ତି।