୧୦ ଓଏଏସଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର

0

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ଅଧିକାରୀ (ଓଏଏସ) ସ୍ତରରେ ବଦଳି କରାଯାଇଛି । ୧୦ ଓଏଏସଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର । ଶକ୍ତି ବିଭାଗର ଅତିରିକ୍ତ ସଚିବ ତଥା ଓରେଡା ସିଇଓ ବରିଷ୍ଠ ଓଏଏସ୍ ଅର୍ଚ୍ଚନା ଦାସ ପଟ୍ଟନାୟକଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି ।

ସେହିପରି ଅବକାରୀ ବିଭାଗର ଅତିରିକ୍ତ ସଚିବ ସାଇଦୁତ ବିପ୍ଳବ କେଶରୀ ପ୍ରଧାନଙ୍କୁ ଅର୍ଚ୍ଚନାଙ୍କ ସ୍ଥାନରେ ବଦଳି କରାଯାଇଛି । ଭୁବନେଶ୍ୱର ଇଡକୋ ଜମି ଅଧିକାରୀ ପ୍ରଜ୍ଞାଧାରା ମିଶ୍ରଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ବାରିପଦା ଆଇଟିଡିଏ ପିଏ ବସନ୍ତ କୁମାର ସେଠୀ ବାରିପଦା ଏସଆଇପି ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ବଦଳି କରାଯାଇଛି । ସେ ବାରିପଦା ସରକାରୀ ମେଡିକାଲ କଲେଜରେ ରେଜିଷ୍ଟାର ଭାବେ କାମ କରୁଥିଲେ ।

ନବରଙ୍ଗପୁର ଡେପୁଟି କଲେକ୍ଟର ମୌସୁମୀ ନାଏକ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ ହୋଇଛନ୍ତି । ରାମଚନ୍ଦ୍ର ସୋରେନଙ୍କୁ ବାରିପଦା ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ପାର୍ଥସାରଥୀ ହାଁସଦାଙ୍କୁ ବାଲେଶ୍ୱରର ଅତିରିକ୍ତ ଉପଜିଲ୍ଲାପାଳ, ଶାନ୍ତିପ୍ରଭା ପ୍ରଧାନଙ୍କୁ ଗୁଣୁପୁର ଆଇଟିଡିଏ ପିଏ, ପ୍ରତିଭା ପୃଷ୍ଟିଙ୍କୁ ବୋର୍ଡ ଅଫ ରେଭିନ୍ୟୁରେ ଡେପୁଟି ସଚିବ ଓ ଦିଲ୍ଲୀପ କୁମାର ବେହେରାଙ୍କୁ ରାୟଗଡା ଆଇଟିଡିଏ ପିଏ ଭାବେ ବଦଳି କରାଯାଇଛି ।