ଅଧିବେଶନ ଆରମ୍ଭରୁ ଗୃହରେ ହଟ୍ଟଗୋଳ; ଗୃହ ୧୧ଟା ୩୦ ଯାଏଁ ମୁଲତବି

0

ଭୁବନେଶ୍ୱର: ଗୃହ ଆରମ୍ଭରୁ ହଟଗୋଳ । ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ବିଭିନ୍ନ ପ୍ରସଙ୍ଗ ଉଠାଇ ଗୃହରେ ହୋ-ହଲ୍ଲା କରିଛନ୍ତି ବିରୋଧୀ । ବିଜେପି ପ୍ରଥମେ ଗୃହ ମଧ୍ୟ ଭାଗକୁ ଆସି ହଟଗୋଳ ନାରାବାଜି କରିବା ସହ ବାଚସ୍ପତିଙ୍କ ପୋଡିୟମ ତଳେ ପ୍ଲାକାର୍ଡ ଧରି ହଙ୍ଗାମା କରିଥିଲେ ବିରୋଧୀ । ଯାହାଫଳରେ ଗୃହକାର୍ୟ୍ୟ ସୁରୁଖୁରରେ ଚାଲି ପାରିନଥିଲା । ଫଳରେ ଗୃହକୁ ୧୧ଟା ୩୦ ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ ।
ବିଧାନସଭାର ଅଧିବେଶନର ଦ୍ୱିତୀୟ ଦିନରେ ଆଜି ଗୃହରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।ମୁଲତବି ପ୍ରସ୍ତାବ ଗ୍ରହଣ ନ କରିବା ଅଭିଯୋଗ କରି ବିଜେପି ପ୍ରତିବାଦ କଲା । ବିଜେଡି ଉଠାଇଲା ଘଐ ୫୫ ର ବିପର୍ୟ୍ୟସ୍ତ ସ୍ଥିତି ନିଜ ଆସନରେ ଠିଆ ହୋଇ କେନ୍ଦ୍ର ବିରୋଧୀ ନାରା ଦେଲେ ସରକାରୀ ଦଳ । ସେହିପରି କୋଷ୍ଟାଲ ହାଏୱେ କଥା ବି ଉଠାଇଲା ବିଜେଡି । । ଅନ୍ୟପଟେ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ବିରୋଧୀ ବିଜେପିକୁ କାଉଣ୍ଟର କରିଥିଲେ ବିଜେଡି ସଦସ୍ୟ । ଫଳରେ ଗୃହକାର୍ୟ୍ୟ ବାଧାପ୍ରାପ୍ତ ହୋଇଥିଲା । ଯେଉଁଥିପାଇଁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି କରିଥିଲେ ବାଚସ୍ପତି ।