‘ଛପାକ୍’ର ପ୍ରଥମ ଲୁକ୍ ରିଲିଜ୍

0

(ପ୍ରିୟଦର୍ଶନୀ ସ୍ୱାଇଁ/ମୁମ୍ବାଇ):‘ଛପାକ୍’ର ପ୍ରଥମ ଲୁକ୍ ରିଲିଜ୍ ହୋଇଛି। ୨୦୦୫ ମସିହାରେ ଲକ୍ଷ୍ମୀଙ୍କ ଉପରେ ଏସିଡ ଆଟାକ ହୋଇଥିଲା। ସେତେବେଳେ ସେ ୧୫ ବର୍ଷର ହୋଇଥିଲେ। ତାଙ୍କ ପରିବାରର ଜଣେ ଚିହ୍ନାଜଣା ୩୨ବର୍ଷର ବ୍ୟକ୍ତି ତାଙ୍କୁ ବିବାହ କରିବାକୁ କହିଥିଲା। ଲକ୍ଷ୍ମୀ ଏହି ବିବାହ ପ୍ରସ୍ତାବରେ ରାଜି ନହେବାରୁ ସେହି ବ୍ୟକ୍ତି ଜଣଙ୍କ ଲକ୍ଷ୍ମୀଙ୍କ ଉପରେ ଏସିଡ ପକାଇଦେଇଥିଲେ।
ଏସିଡ ଆଟାକ୍ ସରଭାଇବର୍ ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ ଫିଲ୍ମ ଟ୍ରେଡ ଏନାଲିଷ୍ଟ ରମେଶ ବାଲା ଏହି ଫିଲ୍ମର ଫାର୍ଷ୍ଟ ଲୁକକୁ ଶେୟାର କରି ସମସ୍ତଙ୍କୁ ଚ୍କିତ କରିଛନ୍ତି। ଏଥିରେ ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିଛନ୍ତି ଦୀପିକା ପାଦୁକୋଣ। ଫାର୍ଷ୍ଟଲୁକ ରିଲିଜ୍ ପରେ ସବୁଆଡେ ଏହାର ହିଁ ଚର୍ଚ୍ଚା ଜୋର ଧରିଛି । କିଏ ମଧ୍ୟ ବିଶ୍ବାସ କରିପାରୁ ନାହାନ୍ତି ଦୀପିକାଙ୍କ ଏପରି ଲୁକ୍ ଦେଖି। ତେବେ ଦୀପିକା ଏହି ଫିଲ୍ମରେ କେବଳ ମୁଖ୍ୟ ନାୟିକା ନୁହଁ ବରଂ ସହ-ପ୍ରଯୋଜକ ଭାବେ ମଧ୍ୟ ନଜର ଆସିବେ।