ବୁଲଢାଣା: ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ବଢିବଢି ଚାଲିଛି । ସ୍ଥିତି ଏପରି ହୋଇଛି କି ରାଜ୍ୟରେ ଲକଡାଉନ ଫେରିବା ଆଶଙ୍କା କରାଯାଉଛି । ଏହାରି ମଧ୍ୟରେ କିନ୍ତୁ ସେଠାକାର ଲୋକେ କୋଭିଡ ନିୟମ ମାନିବାକୁ ନାରାଜ । ଧାର୍ମୀୟ କାର୍ଯ୍ୟକ୍ରମ, ସଭାସମିତିକୁ ବନ୍ଦ କରାଯାଇଛି । କୋଭିଡ ନିୟମକୁ ପୁଣି କଡା କରାଯାଇଛି । କିନ୍ତୁ ବୁଲଢାଣା ଜିଲ୍ଲାରେ ଅନୁଷ୍ଠିତ ହୋଇଆସୁଥିବା ଚପଲ ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଯାତ୍ରାର ସୂଚନା ପାଇଁ ପୁଲିସ ସେଠାରେ ପହଞ୍ôଚ ହଜାରରୁ ଅଧିକ ଲୋକଙ୍କ ନାମରେ ମାମଲା ରୁଜୁ କରିଛି ।
ବୁଲଢାଣା ଜିଲ୍ଲାରେ ଚପଲ ଯାତ୍ରା ହେଉଥିବା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସେଠାରେ ହଜାରହଜାର ସଂଖ୍ୟକ ଲୋକଙ୍କୁ ଉତ୍ସବ ମନାଉଥିବା ଦେଖିଥିଲା । କୋଭିଡର ଭୟାବହତାକୁ ନେଇ ପୁଲିସ ଲୋକଙ୍କୁ ବୁଝାଇ ଘରକୁ ପଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଲୋକେ ତ।।ହାକୁ ଶୁଣି ନ ଥିଲେ । ଫଳରେ ପୁଲିସ ପ୧ହଜାର ୧୧ ଜଣଙ୍କ ନାମରେ ମକଦ୍ଦମା ରୁଜୁ କରିଛି । ଆଇନର ଧାରା ୧୮୮ ଓ ୨୬୯ରେ ଏହି ମୋକଦ୍ଦମା ରୁଜୁ ହୋଇଛି ।