ଉତ୍ତରାଖଣ୍ଡ: ଚଳିତ ବର୍ଷ ଏପ୍ରିଲ ୩୦ ତାରିଖ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆରମ୍ଭ ହେବ ଚାରିଧାମ ଯାତ୍ରା । ଏଥର ଉତ୍ତରାଖଣ୍ଡର ଚାରିଧାମ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଓ ବଦ୍ରିନାଥ ଧାମର କପାଟ ବହୁତ ଜଲଦି ଖୋଲିବାକୁ ଯାଉଛି ।
ଗତକାଲି ମାଘ ଶୁକ୍ଳପକ୍ଷ ପଞ୍ଚମୀ ଅର୍ଥାତ୍ ବସନ୍ତ ପଞ୍ଚମୀ ଦିନ ତେହେରୀର ନରେନ୍ଦ୍ର ନଗର ରାଜଦାରବାରରେ ପାରମ୍ପରିକ ବିଧି ଅନୁସାରେ ବଦ୍ରିନାଥ ଧାମର କପାଟ ଖୋଲିବାର ତାରିଖ ସ୍ଥିର କରାଯାଇଥିଲା ।
ନରେନ୍ଦ୍ର ନଗର ରାଜମହଲରେ ମହାରାଜା ମନୁ ଜୟନ୍ଦ୍ର ଶାହାଙ୍କ ଜନ୍ମ କୁଣ୍ଡଳୀ ଏବଂ ଗ୍ରହ ନକ୍ଷତ୍ରର ଗଣନା ଆଧାରରେ ରାଜ ପୁରୋହିତ ଆଚାର୍ଯ୍ୟ କୃଷ୍ଣ ପ୍ରସାଦ ଉନିୟାଲ ତାରିଖ ସ୍ଥିର କରିଥିଲେ । ଏହା ଅନୁସାରେ, ଆସନ୍ତା ମେ’ ୪ ତାରିଖ ସକାଳ ୬ଟାରେ ବଦ୍ରିନାଥ ଧାମର କପାଟ ଖୋଲାଯିବ ।