ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ବ୍ୟାରିକେଟ ମଧ୍ୟରେ ଥିବା ତିନି ରଥ ଭଙ୍ଗା କାମ ଆଜିଠୁ ଆରମ୍ଭ ହୋଇଛି । ପ୍ରଥମେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଫଟାଯାଇଛି । ଏହାପରେ ବଡଭାଇ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଓ ଶେଷରେ ମାହାପ୍ରଭୁଙ୍କ ନନ୍ଦିଘୋଷ ରଥ ଫଟାଯିବ । ଶ୍ରୀମନ୍ଦିର କ୍ରମେ ଭୋଇ ସର୍ଦ୍ଧାର ରବି ଭୋଇଙ୍କ ନେତୃତ୍ୱରେ ରଥ ଭଙ୍ଗାକାର୍ଯ୍ୟରେ ନିୟୋଜିତ ଅଛନ୍ତି । ତିନି ରଥ ସମ୍ପୂର୍ଣ୍ଣ ଫଟାଇବାକୁ ୭ରୁ ୮ ଦିନ ସମୟ ଲାଗିବ ।
ରଥ ସମ୍ପୂର୍ଣ୍ଣ ଫିଟାଯାଇ ସମସ୍ତ କାଠ ଶ୍ରୀମନ୍ଦିର ପ୍ରଶାସନର ଜିମା ଦିଆଯିବ । ଏହି କାଠ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରଭୁଙ୍କ କୋଠଭୋଗ ପ୍ରସ୍ତୁତିରେ ବ୍ୟବହାର କରାଯିବ । ଶ୍ରୀମନ୍ଦିର ରେକର୍ଡ ଅଫ ରାଇଟ ଅନୁଯାୟୀ ଖେଇ ବାବଦରେ ରଥର କିଛି ଅଂଶ ମହାରଣା, ରୂପକାର, କମାର ଓ ଭୋଇ ସେବକଙ୍କୁ ପ୍ରଦାନ କରାଯିବ ।