ନୂଆଦିଲ୍ଲୀ-: ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ପ୍ରକାଶ ପାଉଥିବା ବେଳେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ । ଦେଶର ୧୨ ସହରରେ ସୁରକ୍ଷା ଦୃଷ୍ଟିରୁ ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଛି । ଏନେଇ ଇଣ୍ଡିଆ ଚାଟାର୍ଡ ଆକାଉଣ୍ଟାଣ୍ଟସ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଆଜିଠୁ ଅର୍ଥାତ ମେ ୯ ରୁ ମେ ୧୪ରେ ଆସଆଇସିଏ ଫାଇନାଲ୍ ଇଣ୍ଟରମିଡିଏଟ୍ ଏବଂ ପୋଷ୍ଟ ଯୋଗ୍ୟତା କୋର୍ସ (ପିକ୍ୟୁସି) ପରୀକ୍ଷା ପାଇଁ ବାକି ଥିବା ପତ୍ରଗୁଡ଼ିକର ପରୀକ୍ଷା ହୋଇଥାନ୍ତା କିନ୍ତୁ ବର୍ତ୍ତମାନ ପାଇଁ ଏହା ସ୍ଥଗିତ ରହିଛି।
ସୂଚନାଯୋଗ୍ୟ, ଭାରତ ପାକିସ୍ତାନର ଆତଙ୍କବାଦୀଙ୍କ ଉପରେ ଅପରେସନ ସିନ୍ଦୂର ଅଧିନରେ ଆକ୍ରମଣ କରିବା ପରେ ଭାରତ ଉପରେ ପାଲଟା ଜବାବ ଦେଉଛି ପାକିସ୍ତାନ । ସୁରକ୍ଷା ଦୃଷ୍ଟିରୁ ଦେଶରେ ବିଭିନ୍ନ ଏୟାରପୋର୍ଟ ବନ୍ଦ ହେବା ସହ ବିମାନ ସେବା ମଧ୍ୟ ବାତିଲ୍ କରାଯାଇଛି । ଗତ କାଲି ଧର୍ମଶାଳାରେ ଚାଲୁଥିବା ଆଇପିଏଲ ମ୍ୟାଚକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା । ଯେହେତୁ ଭାରତୀୟ ନାଗରିକଙ୍କ ସୁରକ୍ଷା ସର୍ବୋପରି, ତେଣୁ ସିଏ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।